ପୁରୀ ତା୧୭/୦୫/୨୦୨୬ରିଖ – ଆଜି ଅପରାହ୍ନ ଘ୦୬.୦୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ଷୀର , ପେଟ୍ରୋଲ , ଡିଜେଲ ଓ ସିଏନଜି ତଥା ପେଟ୍ରୋଲ ପମ୍ପ ବନ୍ଦ ବିରୁଦ୍ଧରେ ଏବଂ ମହିଳା ସଂରକ୍ଷଣ ବିଲ୍ ଲାଗୁ ନ କରିବା ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଅନୁଷ୍ଠିତ ହୋଇ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କୁ ସତର୍କ କରି ଅନୁରୋଧ କରିଥିଲେ ଦେଶର ତୈଳ ଓ ଗ୍ୟାସ ସଙ୍କଟ ଗମ୍ଭୀର ରୂପ ନେବ ଏଣୁ ତୁରନ୍ତ ସରକାର ଅନ୍ୟ ରାଷ୍ଟ୍ରରୁ ତୈଳ ଓ ଗ୍ୟାସ କ୍ରୟ କରିବା ପାଇଁ ମାତ୍ର କେନ୍ଦ୍ର ମୋଦି ସରକାର ଆମେରିକାର ରାଷ୍ଟ୍ରପତି ଅତ୍ୟନ୍ତ ଆନୁଗତ୍ୟ ତଥା

ଭୟ କାରଣରୁ ଅନ୍ୟ ଦେଶରୁ ତୈଳ ଓ ଗ୍ୟାସ କ୍ରୟ ନକରିବା ଓ ନିର୍ବାଚନ ପ୍ରଚାରରେ ଦେଶର ସରକାରୀ ପାଣ୍ଠିର ଅପବ୍ୟବହାର କରି ଅନେକ ବଡ଼ ବଡ଼ ରାଲି ସଭାସମିତି ମାନ କରିଥିଲେ ଏବଂ ଏବେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ବିବାହ ତଥ୍ୟ ଅନ୍ୟ ପାରିବାରିକ ଉତ୍ସବରେ ସୁନା ନ କିଣିବାକୁ ଏବଂ ପବ୍ଲିକ ଟ୍ରାନ୍ସପୋର୍ଟ ବା ସାର୍ବଜନୀନ ପରିବହନ ବ୍ୟବହାର କରି ପେଟ୍ରୋଲ ବଂଚାଇବା ପାଇଁ ଓ ଚାଷ ଜମିରେ ସାର ନ ପକାଇବା ପାଇଁ ପରାମର୍ଶ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର ଏକ ବଡ଼ ବିଫଳ ସରକାର
ଏବଂ ମହିଳା ଆରକ୍ଷଣ ବିଲ୍ ୨୦୨୩ ମସିହାରେ ପାରିତ ହୋଇଥିବା ବେଳେ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ୨୦୨୪ ସାଧାରଣ ନିର୍ବାଚନରେ ତାହା ଲାଗୁ ନକରି ୭ ଟି ରାଜ୍ୟ ରେ ନିର୍ବାଚନ ଚାଲିଥିବା ସମୟରେ ସଂସଦରେ ଏହି ବିଲ୍ ଆଣିବା ବିରୁଦ୍ଧରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏଥିରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ମହିଳା ଓ ଅନେକ ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ନିମନ୍ତ୍ରିତ ସଦସ୍ୟ ତଥା ବିଭିନ୍ନ ସାମୁଖ୍ୟର ମୁଖ୍ୟ, ଯୁବ ଛାତ୍ର କର୍ମକର୍ତ୍ତା ଏବଂ ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।











