ପୁରୀ:୧୩/୨/୨୦୨୬ – ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ପରିସରରେ ଦର୍ଶନ ସମୟରେ ରାଜସ୍ଥାନ ରାଜ୍ୟର ଜଣେ ଭକ୍ତ ଶ୍ରୀମତୀ ବିଣା ଶର୍ମା (ବୟସ ୩୯ ବର୍ଷ), ସ୍ୱାମୀ– ଶିବରାଜ ଶର୍ମା ତାଙ୍କର ଭ୍ୟାନିଟି ବ୍ୟାଗ ହଜେଇଦେଇଥିବା ବିଷୟରେ ସିଂହଦ୍ୱାର ପୋଲିସ ଥାନା ଓ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ସୂଚନା ପାଇ ସିଂହଦ୍ୱାର ଥାନା IIC ଶ୍ରୀମତୀ ଶ୍ୱେତପଦ୍ମା ଦାଶ ତତ୍କ୍ଷଣାତ୍ ସିଭିଲ ଷ୍ଟାଫଙ୍କୁ ତଦନ୍ତ ଓ ଖୋଜାଖୋଜି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀମାନେ ମନ୍ଦିର ପରିସରରେ ସତର୍କତା ସହ କୁଏରି କରି ବ୍ୟାଗଟିକୁ ଠାବ କରିଥିଲେ।
ଉକ୍ତ ଭ୍ୟାନିଟି ବ୍ୟାଗ ଯାଞ୍ଚ କରାଯାଇଥିବାବେଳେ ତାହାର ଭିତରେ ନଗଦ ଟଙ୍କା ୫୨,୦୦୦/- ସହ ଅନ୍ୟାନ୍ୟ ଜରୁରୀ ଦଲିଲପତ୍ର ସୁରକ୍ଷିତ ଅବସ୍ଥାରେ ମିଳିଥିଲା। ପରେ ସମ୍ପୂର୍ଣ୍ଣ ପରିଚୟ ଯାଞ୍ଚ ପରେ ବ୍ୟାଗଟି ମାଲିକା ଶ୍ରୀମତୀ ବିନା ଶର୍ମାଙ୍କୁ ଫେରାଇ ଦିଆଯାଇଥିଲା। ଏହି ଦ୍ରୁତ ଏବଂ ସତ୍ୟନିଷ୍ଠ କାର୍ଯ୍ୟ ପାଇଁ ଭକ୍ତା ଓ ତାଙ୍କ ପରିବାର ପକ୍ଷରୁ ପୁରୀ ପୋଲିସଙ୍କୁ କୃତଜ୍ଞତା ଜଣାଯାଇଛି। ପୁରୀ ପୋଲିସ ଭକ୍ତମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସଦା ସତର୍କ ଓ ପ୍ରତିବଦ୍ଧ।











