Home / ମୁଖ୍ୟ ଖବର / ସୁରଜମଲ୍ ସାହା ମହାବିଦ୍ୟାଳୟର ଛାତ୍ର ଙ୍କ ସଫଳତା

ସୁରଜମଲ୍ ସାହା ମହାବିଦ୍ୟାଳୟର ଛାତ୍ର ଙ୍କ ସଫଳତା

whatsapp image 2026 02 15 at 1.54.23 am

ପୁରୀ: ୧୪/୨/୨୦୨୬ -ପୁରୀ ସୁରଜମଲ୍ ସାହା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ର କରେ ସାନ୍ତା ମୂର୍ତ୍ତି ଶାରୀରିକ ସୌନ୍ଦର୍ଯ୍ୟ ଓ ଫିଟନେସ୍ କ୍ଷେତ୍ରରେ ଗୌରବଜନକ ସଫଳତା ଅର୍ଜନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ “Jeans Model Best Physique” ଓ “Men’s Best Physique” ପ୍ରତିଯୋଗିତା, ଯାହା Transformium Nutrition ଦ୍ୱାରା ଦୁଇ ଦିନ ଧରି ଆୟୋଜିତ ହୋଇଥିଲା, ସେଥିରେ ସେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କରେ ସାନ୍ତା ମୂର୍ତ୍ତି “Jeans Model Best Physique” ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ “Men’s Best Physique” ବିଭାଗରେ ଦ୍ୱିତୀୟ ସ୍ଥାନ ଲାଭ କରିଛନ୍ତି। ତାଙ୍କ ଏହି ସଫଳତା ଅଞ୍ଚଳ ପାଇଁ ଗୌରବର ବିଷୟ ହେବା ସହ ଯୁବ ପିଢ଼ୀଙ୍କୁ ଫିଟନେସ୍ ଓ ସ୍ୱାସ୍ଥ୍ୟ ସଚେତନତା ଦିଗରେ ପ୍ରେରଣା ଦେଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ସାହୁ, କ୍ରୀଡ଼ା କମିଟି ର ଉପାଧ୍ୟକ୍ଷ ଡକ୍ଟର ଦୀପ୍ତି ପ୍ରସାଦ ମହାନ୍ତି, କ୍ରୀଡ଼ା ଶିକ୍ଷକ ହରିହର କର, ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ବଳରାମ ମିଶ୍ର ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରିଛନ୍ତି।ତାଙ୍କ ସଫଳତା ପାଇଁ ବିଭିନ୍ନ ମହଳରୁ ଅଭିନନ୍ଦନର ସୁଅ ଛୁଟିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply