Home / ମୁଖ୍ୟ ଖବର / ଜାପାନରେ ନିଯୁକ୍ତି ପାଇଲେ ଚନ୍ଦ୍ରଶେଖର ଏକାଡେମୀର ୫ ଛାତ୍ର

ଜାପାନରେ ନିଯୁକ୍ତି ପାଇଲେ ଚନ୍ଦ୍ରଶେଖର ଏକାଡେମୀର ୫ ଛାତ୍ର

chandrasekhar

ପୁରୀ: ୧୫/୨/୨୦୨୬ – ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଛନ୍ତି ବାଲିଘାଇସ୍ଥିତ ଚନ୍ଦ୍ରଶେଖର ଏକାଡେମୀର ୫ ଛାତ୍ର | ସେମାନେ ଆସନ୍ତା ୧୭ ତାରିଖ ରେ ଜାପାନ ଯିବେ। ଗତ ୨ବର୍ଷ ଧରି ଜାପାନ ଭାଷା ଓ ଆଇଟି ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋ ଇଥିଲେ। ଏହା ପରେ ସମ୍ପୃକ୍ତ ଛାତ୍ରମାନଙ୍କୁ ଜାପା ନର ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରିବା ଲାଗି ଚୟନ କରାଯାଇଛି। କୃତୀ ଛାତ୍ରମାନେ ହେଲେ ସୌମ୍ୟ ରଞ୍ଜନ ପାଳ , ଦୀପକ କୁମାର ଜେନା, ଶରତ ଶବର, ଲୋକନାଥ ସେଠୀ ଓ ଜି କାର୍ତ୍ତିକ ରେଡ୍ଡୀ । ଏହାକୁ ନେଇ ଏକାଡେମୀରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଏକାଡେମୀର ଅଧ୍ୟକ୍ଷ ତଥା ଇଣ୍ଡିଆ – ଜାପାନ ଫ୍ରେଣ୍ଡଶିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଏକାଡେମୀରେ ନର୍ସରୀଠାରୁ ଯୁକ୍ତ ଦୁଇ ବିଜ୍ଞାନ ପର୍ଯ୍ୟନ୍ତ ପିଲାଙ୍କୁ ସିବିଏସ୍‌ଇ ପାଠ୍ୟ କ୍ରମ ସହ ମାଗଣାରେ ଜାପାନିଜ୍ ଭାଷା ଶିକ୍ଷାଦା ନ କରାଯାଉଛି। ଗ୍ରାଜୁଏସନ ହାସଲ କରିଥିବା ଛାତ୍ରମାନଙ୍କ ପାଇଁ ଏକ ସୋତନ୍ତ୍ତ ବ୍ୟବସ୍ଥା ଆଇ ଟି ସହ ଜାପାନିଜ ଭାଷା ଅଧ୍ୟୟନ କଲେ ସେମା ନଙ୍କୁ ଜାପାନରେ ଚାକିରି ମିଳିବାର ବ୍ୟବସ୍ଥା ରହି ଛି। ସମ୍ପୃକ୍ତ ୫ ଛାତ୍ରଙ୍କ କୃତିତ୍ୱ ଯୋଗୁ ଏକାଡେମୀ ଆଜି ଗର୍ବିତ | ପୁରୀ ସିଟି ବ୍ରାଣ୍ଡ ଆମ୍ବାସେଡର ତଥା ଜାପାନ ସରକାରଙ୍କର ତୋତରି ରାଜ୍ୟର ବାଣିଜ୍ୟ ପରାମର୍ଶଦାତା କୁନା ଦାଶ କୃତୀ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମ ନା କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply