ଡେଲାଙ୍ଗ:୭/୮/୨୦୨୫-ନି:ପ୍ର- ଡେଲାଙ୍ଗ ଥାନା ରେ ଚାଲିଛି FIR ବଣ୍ଟନ । ଏ କଥା ହେଉଚି ବହୁ ପୁରୁଣା ଘଟଣା । ଥାନା ରେ ଚାଲିଛି ରାଇଟର ସେକ୍ସନ ଏବଂ କିଛି ଅପାଠୁଆ ସାମ୍ବାଦିକ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । ଯାହା ଫଳରେ ଥାନାରେ ଜଣେ ପୀଡ଼ିତା ଅଭିଯୋଗ ଦେବାପରେ ଅଭିଯୋଗ ରେଜିଷ୍ଟ୍ରି ହେବା ପୂର୍ବରୁ ଫୋଟୋ ଉଠାଇ ପଠାଇ ଦିଆଯାଉଛି ଆସାମୀ ପାଖକୁ , ଯେଉଁଥିପାଇଁ ପିଡିତା ଙ୍କ ଜୀବନ ଉପରେ ଆସୁଛି ବିପଦ । ସୂଚନା ଥାଉକି ଥାନାରେ ଖବରଦାତାଙ୍କୁ ଅଭିଯୋଗ ରେଜିଷ୍ଟ୍ରି ହେବାପରେ କେବଳ ଅଭିଯୋଗର ନମ୍ବର ଏବଂ ସାରାଂଶ କୁହାଯାଇଥାଏ ଏମିତିକି ଜଣେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଥାନାଧିକାରୀ ମଧ୍ୟ ତାର ପରିଚୟ ଏବଂ ଚେହେରା କୁ ଘୋଡାଇ ରଖନ୍ତି ଯାହା ଆପଣ ମାନେ ନିଶ୍ଚୟ ଦେଖିଥିବେ ।
କିନ୍ତୁ ଆଜିକାର ଖବରଦାତା ମାନେ ଖବର କାଗଜ ବେପାର ବଢାଇବା ଏବଂ ନିଜ ପେଟ ପୋଷିବା ପାଇଁ ଅଭିଯୋଗ ପତ୍ର ର ଫୋଟୋ ଥାନରୁ ଆଣି ଗୁଣ୍ଡା ମାନଙ୍କ ହାତରେ ଧରାଇଦେଉଛନ୍ତି । ଡେଲାଙ୍ଗ ବ୍ଲକ ର ଏକମାତ୍ର ତେଜ୍ୟପୁତ୍ର ଖବରଦାତା ନିଜକୁ ଏକ ବଡ଼ କମ୍ପାନୀର ପେପର ବିକାଳୀ ର ପରିଚୟ ଦେଇ ଡେଲାଙ୍ଗ ଥାନାର କିଛି ତଳ କର୍ମଚାରୀଙ୍କୁ ନିଶା ପାଣି ଓ ଅବକାରୀ ଜିନିଷ ଦେଇ ସବୁଦିନର ଅଭିଯୋଗ ପତ୍ର ର ଫୋଟୋ ନେଇ ଘଟଣା ଘଟାଇଥିବା ପକ୍ଷ କୁ ବିକ୍ରି କରି ନିଜ ପେଟ ପୋଷୁଥିବା କଥା ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏଠାରେ ପ୍ରଶ୍ନ ଉଠୁଛି କଣ ଥାନାର ଏଭଳି କର୍ମଚାରୀଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ଅଛନ୍ତି ଥାନାଧିକାରୀ ଶ୍ରୀଯୁକ୍ତ ବାରିକ ବାବୁ? କଣ ଏମିତି କାର୍ଯ୍ୟ ପାଇଁ ସହଯୋଗ କରୁଥିବା ଲୋକଙ୍କ ପାଇଁ କାମ କରୁନି ମାନବ ଅଧିକାର ସୁରକ୍ଷା ଆଇନ ? କଣ ଖବରଦାତା ପରିଚୟ ନେଇ ନିୟମ କାନୁନ କୁ ଭୁଲି ପିଡିତା ଙ୍କ ଜୀବନକୁ ବାଜି ଲଗାଉଥିବା ଏଭଳି ଖବରଦାତା ଙ୍କୁ ଆଗକୁ ବନ୍ଦ କରାଯିବ ଡେଲାଙ୍ଗ ଥାନା ପରିସର ? ଆଜି ପ୍ରଶ୍ନ ଉଠୁଛି ଯଦି ଏହି ତେଯ୍ୟପୁତ୍ର ଖବରଦାତା ଙ୍କ ଝିଅ କିମ୍ବା ତାଙ୍କ ପରିବାର ବର୍ଗ ଙ୍କ ସହିତ କିଛି ଅଘଟଣ ଘଟେ କଣ ସେଥିରେ ବି ସେ ଅଭିଯୋଗ ପତ୍ର କୁ ସନ୍ଦିଗ୍ଧ କୁ ବିକ୍ରି କରି ଟଙ୍କା ଆଣିବେ ?











