Home / ମୁଖ୍ୟ ଖବର / ବସ୍ତି ଅଞ୍ଚଳ ଶିଶୁଙ୍କ ପାଇଁ ପଶୁପକ୍ଷୀ ,ଧର୍ମୀୟ ଓ ଐତିହ୍ୟ ଚିହ୍ନ କାର୍ଯ୍ୟକ୍ରମ “ପଶୁପତି’

ବସ୍ତି ଅଞ୍ଚଳ ଶିଶୁଙ୍କ ପାଇଁ ପଶୁପକ୍ଷୀ ,ଧର୍ମୀୟ ଓ ଐତିହ୍ୟ ଚିହ୍ନ କାର୍ଯ୍ୟକ୍ରମ “ପଶୁପତି’

whatsapp image 2026 02 15 at 8.49.09 pm

ପୁରୀ – ୧୫/୨/୨୦୨୬ ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ, ଦ ବେଲ୍ ଓ ଭାରତ ଯୋଗ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ପୁରୀ ସହର ତଳି ବସ୍ତି ଅଞ୍ଚଳ ପିଲାଙ୍କ ପାଇଁ ମହାଶିବରାତ୍ରି ଜାଗର ଯାତ୍ରା ଉପଲକ୍ଷେ ପଶୁପକ୍ଷୀ ଐତିହ୍ୟଚିହ୍ନ କାର୍ଯ୍ୟକ୍ରମ “ପଶୁପତି” ଅନୁଷ୍ଠିତ ହୋଇଯାଇଛି।ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ସାମାଜିକ ଅନୁଷ୍ଠାନ ଦ ବେଲ୍ ଦ୍ଵାରା ପରିଚାଳିତ ଏକ ଲବ୍ୟ ପାଠଶାଳା ରେ ପଢ଼ୁ ଥିବା ପଚାଶରୁ ଉର୍ଦ୍ଧ୍ବ ବସ୍ତି ଅଞ୍ଚଳ ପିଲା ମାନଙ୍କୁ ନନ୍ଦନ କାନନ ସହିତ ଧଉଳି ଗିରୀ ଖଣ୍ଡ ଗିରି ଓ ବିଭିନ୍ନ ଧର୍ମୀୟ ଐତିହ୍ୟ ସ୍ଥଳ ବୁଲାଇ ବାକୁ ନିଆଯାଇଥିଲା। ଜାଗର ଯାତ୍ରାରେ ମନ୍ଦିର ସଫେଇ ,ଜଳ ଓ ପ୍ରସାଦ ବଣ୍ଟନ ବଦଳରେ ଏ ବର୍ଷ ଆମେ ଭିନ୍ନ ଭାବରେ ଏହାକୁ ପାଳନ କରିବା ପାଇଁ ନିଷ୍ପତି ନେଇ ଥିଲୁ ବୋଲି କହିଛନ୍ତି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ।ଜାଗର ଯାତ୍ରା ଅବସରରେ ପିଲାଙ୍କ ମନରେ ଧର୍ମୀୟ ,ଓ ସାଂସ୍କୃତିକ ଭାବଧାରାକୁ ଉଜାଗର କରିବା ପାଇଁ ଏହି ବ୍ୟବସ୍ଥା କରିଛୁ ବୋଲି ଏକଲବ୍ୟ ପାଠ ଶାଳାର ପରିଚାଳକ ଉମେଶ ଚନ୍ଦ୍ର ଦାସ କହିଛନ୍ତି।ଏହି ପରିଦର୍ଶନ କାର୍ଯ୍ୟକ୍ରମ କୁ କଲ୍ୟାଣୀ ସେଠୀ,ତୁଳସୀ ସ୍ୱାଇଁ,ରାଧିକା ଦାସ,ବିଜୟ ସାହୁ ପ୍ରହୃତି ପରିଚାଳନା କରି ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply