ପୁରୀ: ୧୫/୨/୨୦୨୬ – ଆଜି ହେଉଛି ମହାଶିବରାତ୍ରି। ବିଶ୍ଵାସ ରହିଛି ଆଜି ର ଦିନରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ଏହି ଅବସରରେ ହାପିନେସ୍ ଫାଉଣ୍ଡେସନ୍ ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପରିସରରେ ଓ ମନ୍ଦିର ବାହାରେ ଭୁଷି, ନାଣ୍ଡି ବଗୁଲି ଓ ମିଶ୍ରି ଆଦି ରେ ପ୍ରସ୍ତୁତ ସର୍ବତ ବଣ୍ଟନ କରାଯାଇଛି। ଏହି ବ୍ୟବସ୍ଥା ୩୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ପାଇଁ କରାଯାଇଥିଲା। ଦୀର୍ଘ ସମୟ ଧରି ମନ୍ଦିର ଭିତରେ ଓ

ବାହାରେ ଧାଡ଼ି ରେ ଠିଆ ହୋଇଥିବା ଏବଂ ପ୍ରଭୁ ଙ୍କ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁ ଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏହି ବ୍ୟବସ୍ଥା କରଯାଇଥିଲା। ଶ୍ରଦ୍ଧାଳୁ ଙ୍କୁ ଖରାରୁ ରକ୍ଷା ଦେବା ପାଇଁ ଅନୁଷ୍ଠାନ ତରଫରୁ ମେସିନ୍ ଯୋଗେ ଜଳ ସିଞ୍ଚନ ମଧ୍ୟ କରଯାଇଥିଲା। ମନ୍ଦିର ଭିତରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ମନ୍ଦିର ପରିସର ରେ ସଫେଇ କରିବା ସହିତ ମନ୍ଦିର ପରିସର ରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ଓ ଦୀପ ଗୁଡିକ ବାହାରକୁ କଢ଼ାଯାଇଥିଲା।
ଏହି ସେବା ଶିବିର କୁ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ, ବରିଷ୍ଠ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ଓ ସୂଚନା ଲୋକ ସମ୍ପର୍କ ବିଭାଗ ର upa ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉଦଘାଟନ କରିଥିଲେ।
ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ଇଂ. ପ୍ରଦୀପ୍ତ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନ ର କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ସଂଯୋଜକ ଟି. ମନୋଜ କୁମାର ପ୍ରଧାନ, ନରେଶ ଚନ୍ଦ୍ର ପାଲ୍ ଓ ସଂଯୋଜିକା ମାମିନା ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ଚିନ୍ମୟୀ ଲେଙ୍କା ଏବଂ ସକ୍ରିୟ ସଦସ୍ୟ ନଳିନୀକାନ୍ତ ମିଶ୍ର, ସୁଶାନ୍ତ ଜେନା, ସୁମନ୍ତ ଜେନା, ଦେବାଶିଷ ବେହେରା ପ୍ରିତମ୍ ଦାସ୍, ବିକି ବିଶ୍ଵାଳ, ମନୋଜ ରାଉତ, ସକ୍ରିୟ ସଦସ୍ୟା ସୋନାଲି ସାହୁ, ରୋଜାଲିନ ସାହୁ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ।











