Home / ମୁଖ୍ୟ ଖବର / ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଳା ମନ୍ଦିର ରେ ସ୍ୱତନ୍ତ୍ର ନୀତିକାନ୍ତି

ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଳା ମନ୍ଦିର ରେ ସ୍ୱତନ୍ତ୍ର ନୀତିକାନ୍ତି

untitled 1

କାକଟପୁର ୨/୩ 🙁 ତୁଷାର ଦୀକ୍ଷିତ ) ଚଳିତ ମାସ ୩ ତାରିଖ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଦିନ ଓଡିଶାରେ ପୂର୍ଣ୍ଣ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଲାଗୁଛି, ଯାହାକୁ ନେଇ ମନ୍ଦିର ସେବକ ସମିତି,ପୂଜା ପଣ୍ଡା, ପାଳିଆ ସେବକ, ପୁରଧା, ଉପଦେଷ୍ଟା ମଣ୍ଡଳୀ,ପଞ୍ଜିକାର ଙ୍କ ନିଷ୍ପତି କୁ ଆଧାର କରି କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦ୍ରଗ୍ରହଣ ସମେତ ମା ମଙ୍ଗଳା ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି, ନିୟମ ମୁତାବକ ସୋମବାର ମଧ୍ୟ ରାତ୍ର ୧୨ ଘଟିକା ୫ ମିନିଟ ସମୟ ରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆରତୀ ହେବ, ମା ଙ୍କର ସ୍ନାନ ମାର୍ଜନା ପରେ ରାତ୍ର ୧ଘଟିକା ୫ ମିନିଟ ରେ ବେଶ କରାଯାଇ ରାତ୍ର ୧ ଘଟିକା ୧୦ ମିନିଟ ରୁ ୩୫ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟପୂଜା ହେବ, ରାତ୍ର ୧ ଘଟିକା ୪୦ ମିନିଟ ରୁ ୨ ଘଟିକା ୧୦ ମିନିଟ ଭିତରେ ବଲ୍ଳଭ ପୂଜା ଓ ୨ ଘଟିକା ୧୫ ମିନିଟ ରୁ ସକାଳ ଧୂପ ଲାଗି ହୋଇ ସାହାଣ ମେଲା କରାଯିବ, ମଙ୍ଗଳ ବାର ସନ୍ଧ୍ୟା ୬ ଘଟିକା ୪୭ ମିନିଟ ୧୮ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବାପରେ ମା ଙ୍କର ମହାସ୍ନାନ କରାଯାଇ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ, ଏହି ଗ୍ରହଣ ସମୟ ରେ ସାହାଣ ମେଲା ହେବା ପରେ ପ୍ରତ୍ୟେକ ଭକ୍ତ ଗର୍ଭ ଗୃହ କୁ ନଯାଇ ମା ଙ୍କୁ ମୁଖଶାଳ ରୁ ଦର୍ଶନ କରିବେ, ଭୋଗ, ଧୂପ ଦୀପ ନୈବେଦ୍ୟ ଏହି ସମୟ ରେ ବନ୍ଦ ରହିବ, ଏହି ରୀତିକାନ୍ତି ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଦାସ ସୂଚନା ପ୍ରଦାନ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply