ନୟାଗଡ଼,ତା-୬.୩.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତିର ମିଳିତ ଆନୁକୂଲ୍ୟରେ ଅସ୍ମିତା ଦିବସ ପାଳନ କରାଯିବ l ଏନେଇ ନୟାଗଡ଼ ଜିଲ୍ଲା ପରିଷଦ ସଭା ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ଆଇନଜିବୀ ଚନ୍ଦ୍ର ବିଜୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ସମ୍ମିଳନୀକୁ ସେବା ଉତ୍ସବ କୋଷାଧ୍ୟକ୍ଷ ପରମେଶ୍ୱର ସାହୁ ସଂଯୋଜନା କରିଥିଲେ l ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ ତାରିଖ ସକାଳ ୭ଟା ସମୟରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ l 13 ବର୍ଷ ଓ 13 ବର୍ଷରୁ ଉର୍ଦ୍ଧ୍ଵ ବିଭିନ୍ନ ବର୍ଗର ପ୍ରତିଯୋଗୀ ମାନେ 100 ମିଟର ଦୌଡ଼, 200 ମିଟର ଦୌଡ଼ ଓ 400 ମିଟର ଦୌଡ଼ରେ ସାମିଲ ହୋଇପାରିବେ l ଏଥି ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଯୋଗେ ପ୍ରତିଯୋଗୀ ମାନେ ପଞ୍ଜିକରଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରାଯାଇଛି ।
ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ l











