Home / ମୁଖ୍ୟ ଖବର / ନୟାଗଡ଼ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

ନୟାଗଡ଼ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

womenday

ନୟାଗଡ଼, ତା-୬. ୩. ୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଇନଡୋର୍ ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ସମ୍ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହୋଦୟା , ସମ୍ମାନନୀୟା ଅଧ୍ୟକ୍ଷା ପୌର ପରିଷଦ ଶ୍ରୀମତୀ ନିରୁପମା ଖଟେଇ ମହୋଦୟା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ମହୋଦୟା ପ୍ରମୁଖ ଯୋଗ ଦେଇ ପ୍ରଥମେ ଭଗବାନଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ମହୋଦୟା ଯୋଗର ଉପକାରିତା ବିଷୟରେ ଉପସ୍ଥିତ ଅଂଶୀଦାର ମାନଙ୍କୁ ଅଭିବ୍ୟକ୍ତି ପ୍ରଦାନ କରିଥିଲେ l ଯୋଗ ପ୍ରଶିକ୍ଷଣ ଦେବାକୁ ୩ ଜଣ ଯୋଗ ଗୁରୁ ଦୀପ୍ତିମୟୀ ଜେନା, ସୁଶ୍ମୀତା ଦାଶ ଓ ସୁଶ୍ରୀ ସଂଗୀତା ନାୟକ ଯୋଗ ଦେଇଥିଲେ l ଜୁମ୍ବା କାର୍ଯ୍ୟକ୍ରମରେ ମହିଳା ମାନେ ଭାଗ ନେଇ ବହୁତ ଖୁସି ପ୍ରକଟ କରିଥିଲେ l ଏହି କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ତତ୍ୱାବଧାନରେ କରାଯାଇଥିଲା l ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ନୟାଗଡ଼ ପୌର ପରିଷଦ ଶ୍ରୀମତୀ ସ୍ନେହଲତା ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ l ନୟାଗଡ଼ ଜିଲ୍ଲାର ବିଭିନ୍ନ କ୍ଲବ ଓ ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦ରୁ ଉର୍ଦ୍ଧ୍ୱ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply