Home / ମୁଖ୍ୟ ଖବର / ମହିଳା ମାନଙ୍କ ସୁସ୍ଥତା ଓ ମାନସିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ପଦକ୍ଷେପ।

ମହିଳା ମାନଙ୍କ ସୁସ୍ଥତା ଓ ମାନସିକ ସ୍ବାସ୍ଥ୍ୟ ରକ୍ଷା ପାଇଁ ପଦକ୍ଷେପ।

womenday help

ପୁରୀ ୫/୩ ମହିଳା ଦିବସ ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ବିଶେଷ କରି ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ରକ୍ଷା, ସୁରକ୍ଷା, ମାନସିକ ସ୍ଥିରତା, ନେତୃତ୍ୱ ନେବାର ଦକ୍ଷତା, ଆତ୍ମସୁରକ୍ଷା ଇତ୍ୟାଦି ସମ୍ପର୍କରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି।ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ପ୍ରାୟ ୩୫୦ ଛାତ୍ରୀ ମାନଙ୍କୁ ନେଇ ୬ ତାରିଖ ପୂର୍ବାହ୍ନ ୭ ଘଟିକାରେ ଯୋଗ ଶିବିର,ଫିଟନେସ କ୍ୟାମ୍ପ ଜୁମ୍ବା,ଏରୋବେଟିକ୍ସ,ପାରମ୍ପରିକ ନୃତ୍ୟ ମାଧ୍ୟମରେ ଫିଟନେସ ଓ ବିବିଧ କ୍ରୀଡା ଅନୁଷ୍ଠିତ ହେବ।୭ ତାରିଖରେ ଆତ୍ମସୁରକ୍ଷା, ନେତୃତ୍ୱ ଓ କ୍ୟାରିଅର ଗଠନ ସଚେତନତା ଓ ସୁରକ୍ଷା, ଜୁଡୋ, ବକ୍ସିଂ,କରାଟେ ଇତ୍ୟାଦି ପ୍ରଶିକ୍ଷଣ ଦିଆଯିବ।ସେହିପରି ୮ ତାରିଖରେ ଏକ ମାରାଥନ ବା ଗଣଦୌଡ ଅନୁଷ୍ଠିତ ହେବ ବୋଲି କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଅବଗତ କରାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply