ପୁରୀ :୬/୩/୨୦୨୬ – ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ,ଜାମ୍ମୁ,ପଞ୍ଜାବ,ହରିଆଣା, ଛତିଶଗଡ଼, ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶ ପରେ ଭାରତବର୍ଷ ର ଅନ୍ୟତମ ଜ୍ୟୋର୍ତିଲିଙ୍ଗ ବାବା ବୈଦ୍ୟନାଥଙ୍କ ପୀଠ, ଝାଡ଼ଖଣ୍ଡ ର ଦେଓଘର ଠାରେ ଓଡିଶା ଯୁବ ଚେତନା ସଂଗଠନ ପକ୍ଷରୁ ରାଜ୍ୟ ବାହାରେ ଦଶମ ଭାଗବତ ଟୁଙ୍ଗି ପ୍ରତିଷ୍ଠା ହୋଇଛି। ଭାଗବତ ଭାଷ୍ୟକାର ତଥା ସଂଗଠନ ର ରାଜ୍ୟ ସଭାପତି ବଦ୍ରି ମିଶ୍ରଙ୍କ ପରିଚାଳନା ରେ ଶିକ୍ଷାବିତ୍ ଡକ୍ଟର ମାନସ ରଞ୍ଜନ ଝା ଓ ପ୍ରଫେସର ରାମନାରାୟଣ ତିୱାରୀ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କବି ମାତଙ୍ଗିନୀ ମିଶ୍ର,ରଣଜିତ ପାଢ଼ୀ, ନିରଞ୍ଜନ ମହାପାତ୍ର,ଅଶୋକା ମିଶ୍ର, ନିହାର ମହାପାତ୍ର,ଏଲୋରା ପାଢ଼ୀ,ସୁଲୋଚନା ମିଶ୍ର,ରଶ୍ମୀ ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ ମହାପାତ୍ର ପ୍ରମୁଖ ସମୂହ ଗୀତା ପାଠ ସହ ଅତିବଡି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗ୍ୟବାନ ପାଠ କରିଥିଲେ। ଏଥିରେ ସଂଗୀତ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ଓ ଶିବ ଭଜନ ପରିବେଷଣ କରିଥିଲେ। ଚଳିତ ଚୈତ୍ର ର ପ୍ରଥମ ସୋମବାର ରୁ ଏଠାରେ ସଂଧ୍ୟାରେ ଭାଗବତ ପାଠ କରାଯିବ ବୋଲି ସଂଗଠନ ର ରାଜ୍ୟ ସଭାପତି ବଦ୍ରି ମିଶ୍ର ଜଣାଇଛନ୍ତି
ଝାଡ଼ଖଣ୍ଡ -ଦେଓଘର ରେ ପ୍ରତିଷ୍ଠା ହେଲା ଭାଗବତ ଟୁଙ୍ଗି











