ପୁରୀ: ତା ୧୪.୧୦.୨୪
ପୁରୀ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟ ସାଂସ୍କୃତିକ ପ୍ରକୋଷ୍ଠର ପ୍ରଥମ ଜିଲ୍ଲା କଳାକାର ସମ୍ମିଳନୀ ଏବଂ ସଦସ୍ୟତା ଅଭିଯାନ । ଏହି ଅବସରରେ ଅପରାହ୍ନ ତିନି ଘଣ୍ଟା ସମୟରେ ପୁରୀ ଜିଲ୍ଲା ସଂସ୍କୃତି ପ୍ରକୋଷ୍ଠ ସଂଯୋଜକ ଇଞ୍ଜିନିୟର ସୂର୍ଯ୍ୟ ରଥଙ୍କ ସଭାପତିତ୍ବରେ ଆୟୋଜିତ ହେଇଥିବା ଏହି ବୈଠକ ରେ ଭାଜପା ର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ସଦସ୍ୟତା ପ୍ରମୁଖ ଅଶୋକ ମିଶ୍ର, ରାଜ୍ୟ ସଂସ୍କୃତି ପ୍ରକୋଷ୍ଠ ସଂଯୋଜିକା ଶ୍ରୀମତୀ ପିଙ୍କି ପ୍ରଧାନ, ସହ ସଂଯୋଜକ ସଞ୍ଜୀବ ମିଶ୍ର, କୃତିବାସ ରଥ, ଡ଼ ଦେବେନ୍ଦ୍ର ନାଥ ତରାଇ, କବି ଶଙ୍କର ପରିଡ଼ା ପ୍ରମୁଖ ଯୋଗଦାନ୍ କରିଥିଲେ।
ପୁରୀ ଜିଲ୍ଲାର ଏଗାର ବ୍ଲକର କଳା ସଂସ୍କୃତି ସଂଘ ଉପସଭାପତି ଙ୍କ ସହିତ ଶତାଧିକ କଳାକାର ଯୋଗଦାନ୍ କରି ନେତୃବୃନ୍ଦ ଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇ ଥିଲେ।
ଜିଲ୍ଳା ସଂଯୋଜକ ଇଞ୍ଜିନିୟର ସୂର୍ଯ୍ୟ ରଥ ସ୍ଵାଗତ ଭାଷଣ ଦେବା ସହ ଆଗକୁ ପୁରୀ ଜିଲ୍ଲାର ପ୍ରତୀ ବ୍ଲକରେ ଭାରତୀୟ ଜନତା ପାର୍ଟିର ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ବୈଠକ କରାଯାଇ ସଂଘ କୁ ସଶକ୍ତ କରାଯିବା ସହିତ କଳାକାରଙ୍କ ଉନ୍ନତି ପାଇଁ କାର୍ଯ୍ଯକ୍ରମ ଆରମ୍ଭ ହେବ ବୋଲି କହିଥିଲେ।
ରାଜ୍ୟ ସଂଯୋଜିକା ଶ୍ରୀମତୀ ପିଙ୍କି ପ୍ରଧାନ ଆହ୍ବାନ ଦେଇଥିଲେ କଳାକାର ମାନେ ଭାରତୀୟ ଜନତା ପାର୍ଟି ସହିତ ଜଡିତ ରୁହନ୍ତୁ ସରକାର ଆଗକୁ ଅନେକ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିବେ ଏବଂ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର ନିଜ ଅଭିଭାଷଣରେ ସମସ୍ତ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଆଗକୁ ପୁରୀରେ ଏକ ବଡ଼ ପୁରୀ ଲୋକକଳା ମହୋତ୍ସବ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ଶେଷରେ ରାଜ୍ୟ ସଦସ୍ୟତା ପ୍ରମୁଖ ଅଶୋକ ମିଶ୍ର ସମସ୍ତ କଳାକାର ମାନେ କିପରି ଭାଜପାର ସଦସ୍ୟତା ଗ୍ରହଣ କରିବେ ଜଣାଇଥିଲେ।
ଆଜିର କାର୍ଯ୍ୟକ୍ରମକୁ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ଅନିଲ କୁମାର ସାହୁ ଏବଂ ଏଗାର ବ୍ଲକର କଳାକାର ସଂଘ ଉପସଭାପତି ମାନେ ପରିଚାଳନା କରିଥିଲେ।











