ନୟାଗଡ଼,ତା-୮.୩.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ” ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି ” କାର୍ଯ୍ୟକ୍ରମରେ ଏକ ମାରାଥନ୍ ନୟାଗଡ଼ ମିନି ଷ୍ଟାଡିୟମରୁ ବାହାରି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ସେଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିଥିଲା।

ଏହି ମାରାଥନରେ ସମ୍ମାନନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଡେପୁଟି କଲେକ୍ଟର ତପସ୍ୱିନୀ ହାଂସଦା , ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଯୋଗ ଦେଇଥିଲେ । ବିଭିନ୍ନ ସ୍କୁଲ , କଲେଜର ଛାତ୍ରୀ ଏବଂ ବିଭିନ୍ନ କ୍ଲବରୁ ଆସିଥିବା ମହିଳା ଓ ନୟାଗଡ଼ର ସ୍ଥାନୀୟ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହାପରେ ଜୁମ୍ବୋ ଡାନ୍ସ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।











