Home / ମୁଖ୍ୟ ଖବର / ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଆରମ୍ଭରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା

ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଆରମ୍ଭରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଲେ ମା

whatsapp image 2026 03 10 at 12.26.56 pm (1)

କାକଟପୁର ତା ୧୦/୩,( ତୁଷାର ରଞ୍ଜନ ଦୀକ୍ଷିତ ) ଆଜି ପବିତ୍ର ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପ୍ରଥମ ପାଳି ଯାତ୍ରାରେ ମାଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହେବା ସହ ମାଙ୍କ ନିକଟରେ ସାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହୋଇଛି ଓ ପୁରପଲ୍ଲୀରେ ମାନସିକଧାରୀ ମହିଳା ମାନେ ବ୍ରତ ରଖି ମା ମଙ୍ଗଳାଙ୍କ ଉଦେଶ୍ୟରେ ପ୍ରଥମ ପାଳି ପନ୍ଥେଇ ଓଷା ଆରମ୍ଭ କରିଛନ୍ତି ।
ଆଜିର ଏହି ପବିତ୍ର ଦିନରେ ମା ମଙ୍ଗଳା ପୂଣ୍ୟତୋୟା ପ୍ରାଚୀ ନଦୀରୁ ଆବିର୍ଭୂତ ହୋଇଥିଲେ ଓ ମା ମଙ୍ଗଳା ମନ୍ଦିରର ପ୍ରତିଷ୍ଠା କରାଯାଇଥିଲା । ତେଣୁ ଆଜିର ଦିନକୁ ବେଶ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଘାଳୁ ମାନେ ପାଳନ କରିଥାନ୍ତି । ପ୍ରତ୍ୟୁଷରେ ମାଙ୍କ ସ୍ନାନ ମାର୍ଜଣା,ସୂର୍ଯ୍ୟପୂଜା,ବଲ୍ଲଭ ପରେ ପରେ ସାଧାରଣ ଦର୍ଶନ ହୋଇଥିଲା । ମଧ୍ୟାହ୍ନରେ ମାଙ୍କ ଆଜ୍ଞାମାଳ ନେଲା ପରେ ମାଙ୍କ ସେବକ ମାନେ ଛୁଆ,ହଳଦୀ ଓ ବିଶୁଦ୍ଧ ଜଳରେ ନୀଳ ଚକ୍ରକୁ ସ୍ନାନ କଳାପରେ ପୁରୁଣା ନେତ୍ରକୁ ପରିବର୍ତ୍ତନ କରି ନୂତନ ଶ୍ଵେତ ନେତ୍ର ବାନ୍ଧି ଥିଲେ ।ମାଙ୍କ ଏହି ନେତ୍ର ଉତ୍ସବରେ ମା ସାରଳା ପୀଠରୁ ଆସିଥିବା ପାଟୁଆ ଓ ସ୍ଥାନୀୟ ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରି ମାସ ତମାମ ମାଙ୍କ ମହିମା ପ୍ରଚାର ବିଭିନ୍ନ ଗାଁ ଗଣ୍ଡାକୁ ଉଦେଶ୍ୟରେ ଯାତ୍ରା

image

ଆରମ୍ଭ କରିଛନ୍ତି । ଆଜି ପବିତ୍ର ହୋଲି ଅବସରରେ ମନ୍ଦିର ପରିସରରେ ସେବକ ଓ ଯାଦବ ସଂପ୍ରଦାଯର ଲୋକେ ପରସ୍ପର ରଙ୍ଗ ବୋଳି ହୋଲି ପାଳନ କରିଥିଲେ ଏହି ପବିତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରପଲ୍ଲୀରେ ମାନସିକଧାରୀ ମହିଳା ମାନେ ପନ୍ଥେଇ ନିର୍ମାଣ କରି ନଡିଆ,କଦଳୀ,ଖାଇ,କ୍ଷୀର ଓ ହଳଦୀ ପାଣିରେ ମାଙ୍କ ନାମରେ ବ୍ରତରଖି ପୂଜା ଆରମ୍ଭ କରିଥିଲେ ।ଏହି ବ୍ରତ ପାଞ୍ଚପାଳିରେ ଶେଷ ହେବ । ମାଙ୍କ ଏହି ପ୍ରଥମ ପାଳିରେ ଆଖ ପାଖ ଅଞ୍ଚଳର ହଜାର ହଜାର ଗୋପାଳ ମାନେ ନିକଟସ୍ଥ ଦେଉଳି ମଠରୁ ଏକ ଶୋଭାଯାତ୍ରା ରେ ଯାଇ ପାରମ୍ପାରିକ ଲଉଡି ଖେଳି ଓଗାଳ ଗାଈ ମାଙ୍କ ମନ୍ଦିର ପରିକ୍ରମା କରିଥିଲେ । ବହୁ ସଂଖ୍ୟାରେ ମାଙ୍କ ଭକ୍ତ ମାନେ ମାଙ୍କ ଦର୍ଶନ ପାଇଁ ଦିନ ତମାମ ମନ୍ଦିରରେ ଭିଡ ଲଗାଇଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କୁ ଆଲୋକ ମାଳା ଏବଂ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply