Home / ମୁଖ୍ୟ ଖବର / ନୟାଗଡ଼ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ।

ନୟାଗଡ଼ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ।

whatsapp image 2026 03 11 at 11.33.36 am

ନୟାଗଡ଼,ତା-୧୦.୩.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ ‌- ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଡଃ ଅରୁଣ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ବୈଠକକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ଜ୍ଞାନ ଜ୍ୟୋତି ଦାସ ପରିଚାଳନା କରିଥିଲେ l ସମ୍ନାନିତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୌଦାମିନୀ ପଣ୍ଡା ,ଆରଡବଲୁଏସ୍ଏସ୍ ଜେଇ

image
image

କୁମାରୀ ବିଜୟଲକ୍ଷ୍ମୀ , ସମାଜ ସେବୀ ମୀନକେତନ ପ୍ରଧାନ ଓ ବରିଷ୍ଠ ନାଗରିକ ବାବାଜୀ ମହାନ୍ତିଙ୍କ ସମେତ ବହୁ ପ୍ରମୁଖ ଲୋକ ଯୋଗ ଦେଇ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ଓ ବିଗତ ବର୍ଷର ବିଭିନ୍ନ ବାବଦ ଅନୁଦାନ ଅର୍ଥ ବିନିଯୋଗ ନେ଼ଇ ବୈଠକରେ ଆଲୋଚନା କରାଯାଇଥିଲା l ସେହିପରି ସରକାରଙ୍କ ମଞ୍ଜୁର ଅର୍ଥ ଆଗାମୀ ବର୍ଷ ପାଇଁ କେଉଁ ବାବଦରେ ଖର୍ଚ୍ଚ ହେବ ବିଧାୟକ ମତ ରଖିଥିଲେ l ବଡପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଦବୀ ପୂରଣ ଓ ଅନ୍ୟାନ୍ୟ ସମସ୍ୟା ପୂରଣ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡଃ ଜ୍ଞାନ ଜ୍ୟୋତି ଦାସ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ସମାଧନ ଉପରେ ଗୁରୁତ୍ବ ଦେବେ ବୋଲି ସେ ପ୍ରତିଶୃତି ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply