Home / ମୁଖ୍ୟ ଖବର / ଶ୍ରୀମନ୍ଦିରର ବିଭିନ୍ନ ସଂରକ୍ଷଣ କାର୍ଯ୍ଯ ନେଇ, ମୁଖ୍ଯ ପ୍ରଶାସକଙ୍କ ଆଲୋଚନା

ଶ୍ରୀମନ୍ଦିରର ବିଭିନ୍ନ ସଂରକ୍ଷଣ କାର୍ଯ୍ଯ ନେଇ, ମୁଖ୍ଯ ପ୍ରଶାସକଙ୍କ ଆଲୋଚନା

whatsapp image 2026 03 11 at 8.41.05 pm

ପୁରୀ: ୧୧/୩/୨୦୨୬ – ଆଜି ତାଙ୍କର ସରକାରୀ ଦିଲ୍ଲୀ ଗସ୍ତ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଏଏସ୍ଆଇ (ASI) ର ମହାନିର୍ଦ୍ଦେଶକ ଡ. ୟଦୁବୀର୍ ସିଂ ରାୱତ୍ ଙ୍କ ସହ ଭେଟି ଆଲୋଚନା କରିଛନ୍ତି।

ଏହି ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ସଂରକ୍ଷଣ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଡ଼. ପାଢୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ର ତୁରନ୍ତ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ASI କୁ ଅନୁରୋଧ କରିଥିଲେ।

ସେହିପରି, ପ୍ରାୟ ଏକ ଶତାବ୍ଦୀ ପୂର୍ବେ ଜଗମୋହନ ର ବାହ୍ୟ ପାର୍ଶ୍ୱରେ ସ୍ଥାପିତ ହୋଇଥିବା ଲୁହା ବିମ୍‌ଗୁଡିକର ଦୃଢତା ଓ ସ୍ଥିରତା ଯାଞ୍ଚ ପାଇଁ ଏକ ପ୍ରଯୁକ୍ତି ଦଳ ପଠାଇବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

ବୈଠକରେ ମନ୍ଦିରର ହେରିଟେଜ୍ ଇଲ୍ୟୁମିନେସନ୍ ପ୍ରକଳ୍ପ ସହିତ ମୁଖ୍ୟ ମନ୍ଦିର ଗଠନର ବାହ୍ୟ ପୃଷ୍ଠଭାଗର ଜଏଣ୍ଟ ସିଲିଂ ଏବଂ କେମିକାଲ ଟ୍ରିଟମେଣ୍ଟ ସହ ଅନ୍ୟାନ୍ୟ ସଂରକ୍ଷଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ମନ୍ଦିରର ରତ୍ନ ଭଣ୍ଡାର ର ସଂରକ୍ଷଣ ଓ ମରାମତି କାର୍ଯ୍ୟରେ ତାହାର ଗଠନାତ୍ମକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ASI ର ପ୍ରୟାସ ଓ ସହଯୋଗ ପାଇଁ ମୁଖ୍ୟ ପ୍ରଶାସକ କୃତଜ୍ଞତା ଜଣାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply