Home / ସ୍ୱାସ୍ଥ୍ୟ / ଖର୍ଚ୍ଚ ହେବନି ଅଧିକ ଟଙ୍କା: ଦୀର୍ଘାୟୁ ହେବାକୁ ଖାଆନ୍ତୁ ଦୁନିଆର ସବୁଠୁ ଭଲ ଏହି ସ୍ୱାସ୍ଥ୍ୟକର ଖାଦ୍ୟ

ଖର୍ଚ୍ଚ ହେବନି ଅଧିକ ଟଙ୍କା: ଦୀର୍ଘାୟୁ ହେବାକୁ ଖାଆନ୍ତୁ ଦୁନିଆର ସବୁଠୁ ଭଲ ଏହି ସ୍ୱାସ୍ଥ୍ୟକର ଖାଦ୍ୟ

Healthy Foods

ଖର୍ଚ୍ଚ ହେବନି ଅଧିକ ଟଙ୍କା: ଦୀର୍ଘାୟୁ ହେବାକୁ ଖାଆନ୍ତୁ ଦୁନିଆର ସବୁଠୁ ଭଲ ଏହି ସ୍ୱାସ୍ଥ୍ୟକର ଖାଦ୍ୟ

ଡଃ ହିମାଂଶୁ ମହାନ୍ତ ଆୟୁର୍ବେଦ

ଆମେ ଯେଉଁ ଖାଦ୍ୟ ଖାଉ ତାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ରହିଥାଏ। ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ବଞ୍ଚିବା ପାଇଁ ପିଲାବେଳୁ ଉତ୍ତମ ଖାଦ୍ୟପେୟରେ ଧ୍ୟାନଦେବା ନିହାତି ଜରୁରୀ। ଯଦି ଆପଣ ଧ୍ୟାନ ଦେଇ ନାହାନ୍ତି ତାହେଲେ ଏବେଠାରୁ ମଧ୍ୟ ଖାଦ୍ୟାଭ୍ୟାସକୁ ବଦଳାଇ ପାରିବେ। ଏବେ ଆସନ୍ତୁ ଜାଣିବା ଦୁନିଆର ଏପରି କିଛି ଖାଦ୍ୟ ଯାହାକୁ ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ ବୋଲି କୁହାଯାଏ। ସବୁଠାରୁ ବଡ଼ କଥା ହେଉଛି ଏହି ଖାଦ୍ୟ ଖାଇବାକୁ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି, ବଜାରରୁ ଆପଣଙ୍କୁ ଏହା ସହଜରେ ମିଳିଯିବ। ତାହେଲେ ଆସନ୍ତୁ ଜାଣିବା ସେସବୁ ଖାଦ୍ୟ କଣ କଣ?

ଲେମ୍ବୁ:~ ଭାରତୀୟ ରୋଷେଇରେ ଲେମ୍ୱୁକୁ ଅଧିକ ବ୍ୟବହାର କରାଯାଏ। ଖାଦ୍ୟରେ ଖଟାପଣ ଓ ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲେମ୍ୱୁକୁ ବ୍ୟବହାର କରାଯାଏ। ଏଥିରେ ଅଧିକ ଔଷଧୀୟ ଗୁଣ ଥିବାରୁ ଏହା ସବୁଠାରୁ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟରେ ଅନ୍ୟତମ। ଏଥିରେ ଭିଟାମିନ୍‌-ସି ଭରପୁର ମାତ୍ରାରେ ଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ଲେମ୍ୱୁ କ୍ୟାନ୍‌ସର୍‌ ସେଲ୍‌କୁ ମଧ୍ୟ ଶରୀରେ ବଢ଼ିବାକୁ ଦିଏ ନାହିଁ। ତେଣୁ ଏହାକୁ ଆପଣଙ୍କ ଖାଦ୍ୟାଭ୍ୟାସରେ ନିହାତି ସାମିଲ୍‌ କରନ୍ତୁ।

ଡାଲି:~ ଭାରତରେ ଘରେ ଘରେ ପ୍ରାୟ ମଧ୍ୟାହ୍ଣ ବା ରାତ୍ରି ଭୋଜନ ସମୟରେ ଡାଲି ସାମିଲ୍‌ ହୋଇଥାଏ। ଡାଲିରେ ଥିବା ପୋଷଣ ତତ୍ୱ ପାଇଁ ଏହାକୁ ଏବେ ବିଦେଶୀ ରୋଷେଇରେ ମଧ୍ୟ ଏବେ ସାମିଲ୍‌ କରାଗଲାଣି। ଏଥିରେ ପ୍ରୋଟିନ୍‌ ଏବଂ ଫାଇବର ଭରପୁର ମାତ୍ରାରେ ରହିଥାଏ। ବିଭିନ୍ନ ପ୍ରକାର ଡାଲି ଖାଇବା ଦ୍ୱାରା ଆପଣଙ୍କ ଅଧିକରୁ ଅଧିକ ପୋଷଣ ମିଳିଥାଏ।

ରସୁଣ:~ ରସୁଣରେ ମଧ୍ୟ ପୋଷଣ ତତ୍ୱ ରହିଛି। ଏହା ଶରୀରରେ କ୍ଷତିକାରକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିବା ସହିତ କୋଲେଷ୍ଟରଲକୁ କମ୍‌ କରିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଆପଣ ତର୍କାରିରେ, ସୁପ୍‌ରେ କିମ୍ୱା ଆଚାର କରି କିମ୍ୱା କଞ୍ଚା ରସୁଣ ମଧ୍ୟ ଖାଇପାରିବେ। ରସୁଣରେ ଆଣ୍ଟି କ୍ୟାନସର ଗୁଣ ମଧ୍ୟ ରହିଥାଏ।

ବିଟ୍‌:~ ବହୁତ ଲୋକମାନେ ସ୍ୱାଦ ପାଇଁ ବିଟ୍‌କୁ ନାପସନ୍ଦ କରନ୍ତି। କିନ୍ତୁ ଏହାର ଔଷଧୀୟ ଗୁଣ ଆଗରେ ସ୍ୱାଦକୁ ମଧ୍ୟ ବାଦ୍‌ ଦିଆଯାଇପାରେ। ଏହା ରକ୍ତ ଚାପ କମଇଥାଏ। ମସ୍ତିଷ୍କ ପାଇଁ ମଧ୍ୟ ଏହା ବହୁତ ଭଲ ହୋଇଥାଏ। ଏଥିରେ ଫୋଲେଟ୍‌, ଭିଟାମିନ୍-ସି, ମ୍ୟଗ୍ନେସିୟମ ଭଳି ମାଇକ୍ରୋ ନିଉଟ୍ରିଏଣ୍ଟସ୍‌ ଥାଏ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply