Home / ମୁଖ୍ୟ ଖବର / ମା ମଙ୍ଗଳାଙ୍କ ଦ୍ଵିତୀୟ ପାଳି ଯାତ୍ରା ଶେଷ – ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା

ମା ମଙ୍ଗଳାଙ୍କ ଦ୍ଵିତୀୟ ପାଳି ଯାତ୍ରା ଶେଷ – ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା

mahalaxmi

କାକଟପୁର ତା ୧୭/୩,( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପବିତ୍ର ଝାମୁଯାତ୍ରାର ମଙ୍ଗଳବାର ଥିଲା ଦ୍ଵିତୀୟ ପାଳି ଯାତ୍ରା l ରାତ୍ର ୨ ଘଟିକା ଠାରୁ ମଙ୍ଗଳ ଆଳତୀ ପରେ ସ୍ନାନ, ମାର୍ଜନା ଓ ବେଶ ପରେ ସୂର୍ଯ୍ୟପୂଜା, ବଲ୍ଲବ, ସକାଳଧୂପ ନୀତି ଅନୁଷ୍ଠିତ ହେବାପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲିଥିଲା l ମାତୃଭକ୍ତ ମାନେ ଉତ୍ତର ଦ୍ୱାରରେ ପ୍ରବେଶ କରିବା ପରେ ଧାଡ଼ିରେ ଯାଇ ମା ଙ୍କର ମହାଲକ୍ଷ୍ମୀ ବେଶ ଦର୍ଶନ କରି ପରିବାରରେ ଶୁଭ ମନାଶି ଥିଲେ l ମାନସିକ ଧାରୀ ମହିଳା ମାନେ ମନ୍ଦିର ବେଢା ମଧ୍ୟରେ ପନ୍ଥେଇ ପୂଜା କରି ନିଶା ମଙ୍ଗଳବାର ଓଷା ସମ୍ପନ୍ନ କରିଥିଲେ l ଦିନ ୨ ଘଟିକା ସମୟରେ ଝଙ୍କଡ଼ ରୁ ଆସିଥିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳ ତୋଳି ମନ୍ଦିର ସମ୍ମୁଖରେ ଓ ମନ୍ଦିର ବେଢାରେ ପାରମ୍ପରିକ ପାଟୁଆ ନୃତ୍ୟ ପରିବେଷଣ କରିଥିଲେ l ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିର ବାହାର ଓ ଭିତର ବିଭିନ୍ନ ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା l କାକଟପୁର ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରାଯିବା ସହିତ ମନ୍ଦିର ଭିତରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ଆସନ୍ତା ୨୪ ତାରିଖରେ ମା ଙ୍କର ତୃତୀୟ ପାଳି ଯାତ୍ରା ଅନୁଷ୍ଠିତ ହେବବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply