Home / ମୁଖ୍ୟ ଖବର / ପୁରୀ ଟ୍ରାଫିକ ଥାନା ବିଭିନ୍ନ ସ୍ଥାନରେ ଚେକିଂ ସମୟରେ ମୋଟ ୧୦୪ଟି ମଦ୍ୟପାନ କରି ଗାଡ଼ି ଚଲାଇବା ମାମଲା ଚିହ୍ନଟ ହୋଇ ରେଜିଷ୍ଟର କରାଯାଇଛି।

ପୁରୀ ଟ୍ରାଫିକ ଥାନା ବିଭିନ୍ନ ସ୍ଥାନରେ ଚେକିଂ ସମୟରେ ମୋଟ ୧୦୪ଟି ମଦ୍ୟପାନ କରି ଗାଡ଼ି ଚଲାଇବା ମାମଲା ଚିହ୍ନଟ ହୋଇ ରେଜିଷ୍ଟର କରାଯାଇଛି।

whatsapp image 2026 03 19 at 7.49.57 pm

ପୁରୀ: ୧୯/୩/୨୦୨୬ ପୁରୀ ଜିଲ୍ଲାରେ ସଡ଼କ ସୁରକ୍ଷା ଓ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପୁରୀ ପୋଲିସ ଦ୍ୱାରା ନିୟମିତ ଭାବରେ ଟ୍ରାଫିକ ଚେକିଂ ଓ ନାକା ବନ୍ଦୋବସ୍ତ କରାଯାଉଛି। ଗତ ୭୭ ଦିନ ମଧ୍ୟରେ ପୁରୀ ଟ୍ରାଫିକ ଥାନା ବିଭିନ୍ନ ସ୍ଥାନରେ ଚେକିଂ ସମୟରେ ମୋଟ ୧୦୪ଟି ମଦ୍ୟପାନ କରି

image
image

ଗାଡ଼ି ଚଲାଇବା ମାମଲା ଚିହ୍ନଟ ହୋଇ ରେଜିଷ୍ଟର କରାଯାଇଛି। ଟ୍ରାଫିକ ଥାନା ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାଶ ଓ ତାଙ୍କ ଟିମ ଦ୍ୱାରା ପ୍ରତିଦିନ ନିୟମିତ ଭାବରେ ଚେକିଂ କାର୍ଯ୍ୟ ଚାଲୁ ରହିଛି। ମୁଖ୍ୟ ସଡ଼କ, ବଡଦାଣ୍ଡ, ସମୁଦ୍ରକୁଳ ଓ ଭିଡ଼ ଅଞ୍ଚଳରେ ବିଶେଷ ଧ୍ୟାନ ଦେଇ ଡ୍ରାଇଭରମାନଙ୍କୁ ସତର୍କ କରାଯାଉଛି ଓ ନିୟମ ଉଲ୍ଲଂଘନ କରୁଥିବାଙ୍କ ବିରୁଦ୍ଧରେ କଢ଼ା କାର୍ଯ୍ୟନୁଷ୍ଠାନ ନିଆଯାଉଛି।

ପୁରୀ ପୋଲିସ ସମସ୍ତ ପର୍ଯ୍ୟଟକ ଓ ସ୍ଥାନୀୟ ନାଗରିକଙ୍କୁ ଅନୁରୋଧ କରୁଛି ଯେ, ମଦ୍ୟପାନ କରି ଗାଡ଼ି ଚଲାଇବାରୁ ସମ୍ପୂର୍ଣ୍ଣ ବିରତ ରହନ୍ତୁ। ଏପରି ଅବିବେକୀୟ ଆଚରଣ ନିଜ ପାଇଁ ମାତ୍ର ନୁହେଁ, ସାଧାରଣ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଏ। ଟ୍ରାଫିକ ନିୟମ ମାନିବା ହେଉଛି ସମସ୍ତଙ୍କ ଦାୟିତ୍ୱ। ପୁରୀ ପୋଲିସ ପକ୍ଷରୁ ଆହ୍ୱାନ କରାଯାଉଛି “ସୁରକ୍ଷିତ ଡ୍ରାଇଭ କରନ୍ତୁ, ଜୀବନର ମୂଲ୍ୟ ବୁଝନ୍ତୁ”। ନିୟମ ଭଙ୍ଗ କରିଲେ ଆଇନ ଅନୁସାରେ କଢ଼ା କାର୍ଯ୍ୟନୁଷ୍ଠାନ ନିଆଯିବ। ଯଦି କୌଣସି ସୂଚନା ପୋଲିସକୁ ୧୧୨ରେ କଲ କରି ଦେବାକୁ ଅନୁରୋଧ କରାଯାଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply