Home / ମୁଖ୍ୟ ଖବର / ପତିତପାବନ ସାହିତ୍ୟ ସଂସଦର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ।

ପତିତପାବନ ସାହିତ୍ୟ ସଂସଦର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ।

whatsapp image 2026 03 19 at 8.42.01 pm

ପୁରୀ: ୧୯/୩/୨୦୨୬ – ପତିତ ପାବନ ସାହିତ୍ୟ ସଂସଦ ଆନୁକ୍ବଲ୍ୟରେ ବାଲିସାହି ବାରାହୀ ଲେନ୍ ସ୍ଥିତ ଅଦ୍ଵୈତ ଭବନରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅନୁଷ୍ଠାନର ସଭାପତି ଡ. ବଳରାମ ଦାଶଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି I ସେ କହିଲେ ହିନ୍ଦୁ ନବ ବର୍ଷ ହିନ୍ଦୁ ମାନଙ୍କର ଏକ ପବିତ୍ର ଦିବସ ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ପାଳନ ହେବା ସହ ଆଜିଠାରୁ ବାସନ୍ତୀକ ନବଦିନାତ୍ମକ ପୂଜାର ଆରମ୍ଭ ।

image
image

ପ୍ରତ୍ୟେକ ହିନ୍ଦୁ ଏହି ପର୍ବକୁ ଶୁଦ୍ଧପୁତ ଭାବେ ପାଳନ କରିବା ଉଚିତ୍ । ପ୍ରାରମ୍ଭରେ ସଂପାଦକ ପଣ୍ଡିତ ଦୟାନିଧି ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଇତ୍ୟବସରରେ ଜଗନ୍ନାଥାଷ୍ଟକମ୍ ପାଠ କରାଯାଇଥିଲା । ମୁଖ୍ୟ ବକ୍ତା ରୂପେ ସାହିତ୍ୟିକ ଶିବ ସୁନ୍ଦର ମିଶ୍ର ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ହିନ୍ଦୁ ନଵବର୍ଷ ବିଶ୍ଵକୁ ଦିଗ୍ ଦର୍ଶନ ଦେଇଛି ବୋଲି କହିଥିଲେ lସମ୍ମାନୀତ ଅତିଥି ରୂପେ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କମଳାକାନ୍ତ ମିଶ୍ର , ଶ୍ରୀ ଜଗନ୍ନାଥ ଭକ୍ତ ସମାଜର ସଂପାଦକ ଡ.ଶଶିକାନ୍ତ ରଥ, ସମାଜସେବୀ ଶ୍ରୀମତୀ ଅନ୍ନପୂର୍ଣ୍ଣା କର,ଡ଼ଃ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଭାରତୀୟ ମାନଙ୍କୁ ଆଧାତ୍ମିକ ଚେତନାରେ ଅନୁପ୍ରାଣିତ କରି ସମଗ୍ର ବିଶ୍ଵରେ ଯୁଦ୍ଧଭୟ ଦୂରକରି ଶାନ୍ତି, ମୈତ୍ରୀ, ପ୍ରୀତି ଓ ସଦଭାବନା ତଥା ଭାଇଚାରା ପ୍ରତିଷ୍ଠା କରି ବିଶ୍ଵବାସୀଙ୍କୁ ଭlଗବତ ଚ଼େତନାରେ ସମର୍ପିତ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ପରିଶେଷରେ ଶ୍ରୀମତୀ ସୌମ୍ୟାଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply