Home / ମୁଖ୍ୟ ଖବର / ମଙ୍ଗଳା ମନ୍ଦିରରେ ବାସନ୍ତିକ ଦୁର୍ଗାପୂଜା ନୀତିନିର୍ଘଣ୍ଟ

ମଙ୍ଗଳା ମନ୍ଦିରରେ ବାସନ୍ତିକ ଦୁର୍ଗାପୂଜା ନୀତିନିର୍ଘଣ୍ଟ

କାକଟପୁର ତା ୨୩/୩,କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ବାସନ୍ତିକ ଦୁର୍ଗାପୂଜା ବା ନବପତ୍ରିକା ପୂଜା l ଏହି ପୂଜା ୨୪ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୨୬ ତାରିଖ ଗୁରୁବାର ଦିନ ଶେଷ ହେବ l ମଙ୍ଗଳବାର ମା ମଙ୍ଗଳା ଙ୍କର ଝମୁଯାତ୍ରାର ୩ୟ ପାଳି ଯାତ୍ରା ପଡୁଥିବାରୁ ମଙ୍ଗଳବାର ର ନୀତିନିର୍ଘଣ୍ଟ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ପଞ୍ଜିକାର ଶ୍ରୀଧର ନାୟକ ସ୍ଥିର କରିଛନ୍ତି l ସୋମବାର ରାତ୍ର ୧ ଘଟିକା ଠାରୁ ଦ୍ୱାରଫିଟା ମଙ୍ଗଳଆଳତି ପରେ ସ୍ନାନ ପୂଜା ଓ ବେଶ କରାଯାଇ ଭୋର ୫ ଘଟିକାରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲାଯିବ l ମଙ୍ଗଳବାର ଦିବା ୧ ଘଟିକାରୁ ଦର୍ଶନ ବନ୍ଦ କରାଯାଇ ପହୁଡ଼ ପକାଯିବାପରେ ମା ଙ୍କର ମହାସ୍ନାନ କରାଯିବ l ପୁନଃ ବେଶ ପରେ କଳସ ସ୍ଥାପନ, ଅଖଣ୍ଡ ଦ୍ବୀପ ଲାଗି, ସୂର୍ଯ୍ୟପୂଜା, ସିଂହ ପୂଜା, କଳସ ପୂଜା ଓ ବଲ୍ଲଭ ଧୂପ ଅନୁଷ୍ଠିତ ହେବ l ରାତ୍ର ୯ ଘଟିକା ପରେ ସକାଳ ଧୂପ ସରିବା ପରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହେବ l ରାତ୍ର ୧୧ ଘଟିକାରେ ଦ୍ବିପହର ଧୂପ ଓ ଭଅଣ୍ଡ ସରିବା ପରେ ପହୁଡ଼ ପକାଯିବ ଏବଂ ରାତ୍ର ୧୨ ଘଟିକାରେ ସନ୍ଧ୍ୟାଆଳତି ଅନୁଷ୍ଠିତ ହେବ l ପରେ ପରେ ପୁନଃ ସ୍ନାନ, ମାର୍ଜନା କରାଯାଇ ରାତ୍ର ୨ ଘଣ୍ଟା ୩୦ ମିନିଟ ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହେବ l କାଳିକା ନୃତ୍ୟ ପରେ ରାତ୍ର ଧୂପ ଅନୁଷ୍ଠିତ କରାଯାଇ ବଡ଼ସିଂହାର ପରେ ରାତ୍ର ୫ ଘଟିକାରେ ପହୁଡ଼ ପକାଯିବ l ଚଳିତ ବର୍ଷ ମା ଙ୍କର ବାସନ୍ତିକ ପୂଜନୀତି ପଡୁଥିବାରୁ ସର୍ବସାଧାରଣ ଙ୍କ ଦର୍ଶନ ଦିବା ୧ ଘଟିକା ପରେ ବ୍ୟାଘାତ ଘଟିବ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply