Home / ମୁଖ୍ୟ ଖବର / ତୃତୀୟ ପାଳି ଯାତ୍ରା ଶେଷ, ୩୦ହଜାର ଭକ୍ତ ଙ୍କ ସମାଗମ, ରାତି ବିଳମ୍ବିତ ପ୍ରହରରେ ହେଲା ପାଟୁଆ ଓ କାଳିକା ନୃତ୍ୟ l

ତୃତୀୟ ପାଳି ଯାତ୍ରା ଶେଷ, ୩୦ହଜାର ଭକ୍ତ ଙ୍କ ସମାଗମ, ରାତି ବିଳମ୍ବିତ ପ୍ରହରରେ ହେଲା ପାଟୁଆ ଓ କାଳିକା ନୃତ୍ୟ l

କାକଟପୁର 24/3-(ତୁଷାର ଦୀକ୍ଷିତ )-:ପୁରୀଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ତୃତୀୟ ପଲିଯାତ୍ରା ଶେଷ ହୋଇଛି, ପାଳିଯାତ୍ରା ରେ ମା ଙ୍କୁ ଦର୍ଶନ କରିବାକୁ ୩0ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା.ସୋମବାର ରାତ୍ର ଦୁଇ ଘଟିକା ଠାରୁ ଦ୍ୱାର ଫିଟା ମଙ୍ଗଳ ଆଳତି ସ୍ନାନ ମାର୍ଜନା ଚନ୍ଦନ ଲାଗି ପରେ ସର୍ବସାଧାରଣ ଙ୍କ ନିମନ୍ତେ ପହୁଡ଼ ଖୋଲିଥିଲା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବ୍ୟାରିକେଟ ରେ ଧାଡିରେ ଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚନା କରିଥିଲେ. ଦିବା ଏକ ଘଟିକା ରେ ମା ଙ୍କୁ ସହସ୍ର କୁମ୍ଭାଭିଷେକ ସ୍ନାନ ନୀତି କରାଯାଇଥିଲା. ବାସନ୍ତିକ ଦୁର୍ଗା ପୂଜା ଅବସରରେ ଷୋଡଶ ପୂଜା ବିଧି ଅନୁସାରେ ମାଙ୍କ ନୀତି ଆରମ୍ଭ ସହ ସାହଣ ମେଳା ଦର୍ଶନ ରୁ ଭକ୍ତ ମାନେ ବଂଚିତ ହୋଇଥିଲେ. ପରେ ବଲ୍ଲଭ, ସକାଳ ଧୂପ ପରେ ରାତ୍ର ୯ଘଟିକାରେ ଝଙ୍କଡ଼ ରୁ ଆସିଥିବା ପାଟୁଆ ମାନେ ମା ଙ୍କ ବେଢାରେ ଓ ସମୁଖରେ ପାଟୁଆ ନୃତ୍ୟ କରିଥିଲେ. ରାତିରେ ଏହି ନୃତ୍ୟ ଚଳିତ ବର୍ଷ ରାତିରେ ଦେଖିବାକୁ ମିଳିଥିଲା. ସନ୍ଧ୍ୟା ଆଳତି ପରେ ମା ଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇ ବେଶ ପରେ ଦର୍ଶନ ପାଇଁ ବିଳମ୍ବିତ ପ୍ରହର ରେ ଦ୍ୱାର ଖୋଲିଥିଲା. ପରେ ପାରମ୍ପରିକ କାଳିକା ନୃତ୍ୟ ରାତ୍ର ଦୁଇଘଟିକା ରେ ସମ୍ପର୍ଣ କରାଯାଇଥିଲା. ମା ଙ୍କର ଖମlରେଈ ସେବକ ନିଜକୁ କାଳି ବେଶରେ ସଜିତ ହୋଇ ନୃତ୍ୟ କରିକରି ମନ୍ଦିର ପ୍ରଦକ୍ଷିଣ କରିଥାଏ. ଏହା ମଙ୍ଗଳା ମନ୍ଦିରରେ କାହିଁ କେତେ କାଳରୁ ଚଳି ଆସୁଛି.ପରେ ରାତ୍ର ଧୂପ ଓ ବଡସିଂହାର ନୀତି ଅନୁଷ୍ଠିତ ହୋଇ. ପହୁଡ଼ ପଡିଥିଲା. ଆଜି ଦିନ ଠାରୁ ରାତ୍ର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ ଲାଗିରହିଥିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା ଆଜିଠାରୁ ତିନିଦିନ ବ୍ୟାପି ବାସନ୍ତିକ ଦୁର୍ଗା ପୂଜା ପାଇଁ ମନ୍ଦିର ଅହୋରାତ୍ର ଖୋଲା ରହିବ

SPREAD YOUR LOVE WITH YOUR FRIENDS AND FAMILY

Leave a Reply