Home / ମୁଖ୍ୟ ଖବର / ପୂର୍ବତନ ମନ୍ତ୍ରୀ  ସଞ୍ଜୟ କୁମାର ଦାସବର୍ମା  ଅଧିଷ୍ଠାତ୍ରୀ ଦେବୀ ମା’ ହେଙ୍ଗୁଳା ଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି

ପୂର୍ବତନ ମନ୍ତ୍ରୀ  ସଞ୍ଜୟ କୁମାର ଦାସବର୍ମା  ଅଧିଷ୍ଠାତ୍ରୀ ଦେବୀ ମା’ ହେଙ୍ଗୁଳା ଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି

ପୁରୀ :୨୮/୩/୨୦୨୬ –   ବ୍ରହ୍ମଗିରି ର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ହେଙ୍ଗୁଳା ଙ୍କ ଯାତ୍ରା ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ମହୋତ୍ସବ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୧ ତାରିଖ ଶେଷ ହେବ। ପ୍ରତ୍ୟେକ ଦିନ ପୁରୀ, ବ୍ରହ୍ମପୁର, ନୟାଗଡ଼, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲା ରୁ ହଜାର ହଜାର ଭକ୍ତ ସମାଗମ ହେଉଛନ୍ତି। ଏପ୍ରିଲ ୧ ତାରିଖ ଦିନ ଅଗ୍ନି ରୂପି ମା’ ହେଙ୍ଗୁଳା ଙ୍କ ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ। ବ୍ରହ୍ମଗିରି ଅଞ୍ଚଳରେ ଏହା ହେଉଛି ସବୁଠାରୁ ବଡ଼ ଯାତ୍ରା। ପ୍ରାୟ ୫୦ ବର୍ଷ ହେବ ଏହି ଯାତ୍ରା ହୋଇ ଆସୁଛି।

ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ମାତଲାପୁର ଗ୍ରାମକୁ ଗ୍ରସ୍ତ କରି ଅଧିଷ୍ଠାତ୍ରୀ ଦେବୀ ମା’ ହେଙ୍ଗୁଳା ଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି। ଶ୍ରୀ ଦାସବର୍ମା କହିଛନ୍ତି ମା’ ହେଙ୍ଗୁଳାଙ୍କୁ ପୁରୀ ଶ୍ରୀମନ୍ଦିର ରୋଷଘର ର ଅଧିଷ୍ଠାତ୍ରୀ ଦେବୀ ବୋଲି ବିଶ୍ୱାସ କରାଯାଏ। ଏହା ଜଗନ୍ନାଥଙ୍କ ସଂସ୍କୃତି ସହ ସମ୍ପର୍କ ରହିଛି। ଯାତ୍ରା ସମୟରେ ମା’ ଶ୍ରୀମନ୍ଦିରରୁ ବିଦାୟ ନେଇ ମାତଲାପୁର ପୀଠକୁ ଆସନ୍ତି ବୋଲି ମାନ୍ୟତା ରହିଛି।

ମାତଲାପୁର ଗ୍ରାମର ଅଧିଷ୍ଠାତ୍ରୀ ମା’ ହେଙ୍ଗୁଳାଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଯାତ୍ରା ମହୋତ୍ସବ ରେ ଯୋଗଦେଇ ମା’ ହେଙ୍ଗୁଳା ବ୍ରହ୍ମଗିରି ଅଞ୍ଚଳ ବାସୀଙ୍କ ର ମଙ୍ଗଳ କାମନା କରନ୍ତୁ ଶ୍ରୀ ଦାସବର୍ମା ବୋଲି ପ୍ରାର୍ଥନା କରିଛନ୍ତି। ବିଶ୍ବାସ, ପରମ୍ପରା ଏବଂ ଆସ୍ଥାର ଏହି ଭବ୍ୟ ହେଙ୍ଗୁଳା ଯାତ୍ରା ମହୋତ୍ସବକୁ ସୁନ୍ଦର ଭାବରେ ଆୟୋଜୋନ କରିଥିବା ବ୍ରହ୍ମଗିରି ବ୍ଲକ ଧରଣୀକୁଦୀ ପଞ୍ଚାୟତ ମାତଲାପୁର ଗ୍ରାମର ଗ୍ରାମବାସୀ ଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଗ୍ରସ୍ତ ସମୟରେ ବ୍ରହ୍ମଗିରି ବ୍ଲକର ସମାଜସେବୀ ପ୍ରଫୁଲ୍ଲ ଜେନା, ବାରେଣି ଜେନା, ବ୍ରହ୍ମଗିରି ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଅଜୟ ବେହେରା, ଧରଣୀକୁଦୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଜୟ କୁମାର ନାୟକ, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନନ୍ଦ ବିଶ୍ୱାଳ, କହଳପଦା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ଜେନା, ମାତଳାପୁର ଗ୍ରାମର ମୁରବି ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply