Home / ମୁଖ୍ୟ ଖବର / ଆସନ୍ତା ମେଳଣକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ପାଳନ କରାଇବା ପାଇଁ ସମସ୍ତ ପ୍ରସ୍ତୁତି

ଆସନ୍ତା ମେଳଣକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ପାଳନ କରାଇବା ପାଇଁ ସମସ୍ତ ପ୍ରସ୍ତୁତି

whatsapp image 2026 02 27 at 10.38.43 pm

ପୁରୀ: ୨୭/୨/୨୦୨୬ – ଆଜି ଶ୍ରୀ ପ୍ରତୀକ ସିଂ, ଏସ୍ପି ପୁରୀ ହରିରାଜପୁର ମେଳଣ (ତାରିଖ ୮.୩.୨୬ ରୁ ୧୨.୩.୨୬ ପର୍ଯ୍ୟନ୍ତ) ପରିଚାଳନା ସମ୍ବନ୍ଧରେ ସ୍ଥଳ ପରିଦର୍ଶନ କରି ସମୀକ୍ଷା ବୈଠକ କରିଥିଲେ। ଆସନ୍ତା ମେଳଣକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳାବଦ୍ଧ ଓ ସୁଚାରୁ ଭାବେ ପାଳନ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

image
image


ମେଳଣ ସମୟରେ ଭକ୍ତମାନଙ୍କର ସମାଗମ ହେବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥାପନା, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ଓ ଆପତ୍କାଳୀନ ସେବା ବିଷୟରେ ଏସ୍ପି ଶ୍ରୀ ସିଂ ଖୁବ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ମେଳଣ ପ୍ରାଙ୍ଗଣ ଓ ପ୍ରବେଶ–ନିଷ୍କାସନ ପଥରେ ସିସିଟିଭି କ୍ୟାମେରା ସଂସ୍ଥାପନ ଓ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ଉପରେ ଜୋର ଦିଆଯାଇଥିଲା, ଯାହାଦ୍ୱାରା କୌଣସି ଅପ୍ରତ୍ୟାଶିତ ଘଟଣା ଘଟିଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ସେହିପରି ସ୍ୱଚ୍ଛତା ଓ ପାୟଖାନା ବ୍ୟବସ୍ଥା ଉପରେ ମଧ୍ୟ ଖାସ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଭକ୍ତମାନଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ପାଣିପାନୀୟ ସୁବିଧା ଓ ପରିଷ୍କାରତା ନିଶ୍ଚିତ କରିବାକୁ ମେଳଣ କମିଟି ସହ ସମନ୍ୱୟ କରାଯାଇଥିଲା। ମହିଳା, ବୃଦ୍ଧ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ବିଶେଷ ପୋଲିସ ବ୍ୟବସ୍ଥା ରହିବା ସହିତ ହେଲ୍ପଡେସ୍କ ସ୍ଥାପନ ନେଇ ଆଲୋଚନା ହୋଇଥିଲା।
ଏହି ପରିଦର୍ଶନ ସମୟରେ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ ଏସଡିପିଓ ପିପିଲି ଶ୍ରୀ ଦେବାଶିଷ ମିଶ୍ର, ଡେଲାଙ୍ଗା ଥାନା ଓଆଇସି ଶ୍ରୀମତୀ ମମତା ବିଶ୍ୱାଳ ସହ ହରିରାଜପୁର ମେଳଣ ସଂଘର ସଭାପତି, ସଚିବ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା, ସନ୍ଦେହଜନକ ବ୍ୟକ୍ତି ଓ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା, ଏବଂ ସୋସିଆଲ ମିଡିଆ ମାଧ୍ୟମରେ କୌଣସି ଭ୍ରାମକ ସୂଚନା ପ୍ରସାର ହେଲେ ତାହାରେ ତୁରନ୍ତ ପଦକ୍ଷେପ ନେବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ। ପୋଲିସ ପକ୍ଷରୁ ମେଳଣ ସମୟରେ ଅଧିକ ଫୋର୍ସ ମୋତାୟନ କରାଯିବା ସହିତ ରାତ୍ରି ପାହାରା ବୃଦ୍ଧି କରାଯିବ। ଯାତାୟାତ ନିୟନ୍ତ୍ରଣ ପାଇଁ ଆବଶ୍ୟକତାନୁସାରେ ରୁଟ୍ ଡାଇଭର୍ସନ୍ ବ୍ୟବସ୍ଥା ନିଆଯିବ ଓ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ପୁରୀ ପୋଲିସ ସମସ୍ତ ଭକ୍ତ ଓ ସ୍ଥାନୀୟ ନାଗରିକମାନଙ୍କୁ ଆହ୍ୱାନ କରୁଛି ଯେ, ହରିରାଜପୁର ମେଳଣକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ଭାବେ ପାଳନ ପାଇଁ ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ କୌଣସି ସନ୍ଦେହଜନକ ଘଟଣା ବା ବ୍ୟକ୍ତି ସମ୍ବନ୍ଧରେ ନିକଟସ୍ଥ ପୋଲିସ ଅଧିକାରୀ କିମ୍ୱା ୧୧୨ଙ୍କୁ ତୁରନ୍ତ ସୂଚନା ଦେବାପାଇଁ ଅନୁରୋଧ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply