କାକଟପୁର ୨୯/୩/୨୦୨୬ ( ତୁଷାର ଦୀକ୍ଷିତ ) ରାଜ୍ୟ ବ୍ୟାପି ସମସ୍ତ ବାର ଆସୋଏସେସନ ( ଓକିଲ ସଙ୍ଘ ) ର ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବେ ଶେଷ ହୋଇଥିବା ବେଳେ କାକଟପୁର ବାର ଆସୋଏସେସନ ର ନିର୍ବାଚନ ଆଇନୀଜୀବୀ ହରେକୃଷ୍ଣ ସ୍ୱାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଶାନ୍ତି ଶୃଙ୍ଖଳା ଭାବେ ଶେଷ ହୋଇଛି. ଆଇନି ଯିବି ଅଶୋକ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଉମାକାନ୍ତ ମିଶ୍ର, ସମ୍ପାଦକ ଭାବେ ନିରେନ ପ୍ରସାଦ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ବେହେରା, ଶହ ସମ୍ପାଦକ ଭାବେ ପ୍ରଭାତ କୁମାର ଦୀକ୍ଷିତ, କୋଷାଧକ୍ଷ ଭାବେ ଲକ୍ଷ୍ମୀ କାନ୍ତ ଶତପଥି,ଲାଇବ୍ରେରୀ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ବାରିକ ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଅସରଫ ଖାନ, ଦିବ୍ୟଜ୍ୟୋତି ବିଶ୍ୱାଳ, ଶେଖ ମୁସ୍ଥାଉଦିନ ଓ କମଳ ଲୋଚନ ଦୀକ୍ଷିତ ମନୋନୀତ ହୋଇଛନ୍ତି, କାକଟପୁର ଓକିଲ ସଙ୍ଘ ର ସଦସ୍ୟ ଥିବା 22 ଜଣ ଆଇନୀଜୀବୀ ଏହି ନିର୍ବାଚନ ରେ ଅଂଶ ଗ୍ରହଣ କରିଥିଲେ, ସଭାପତି ଅଶୋକ ଦାଶ ଓ ସମ୍ପାଦକ ନିରେନ ପ୍ରସାଦ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି,
କାକଟପୁର ଓକିଲ ସଙ୍ଘ ର ନିର୍ବାଚନ ସଭାପତି ଭାବେ ଅଶୋକ ସମ୍ପାଦକ ଭାବେ ନିରେନ ନିର୍ବାଚିତ











