ନୟାଗଡ,ତା-୨୯.୩.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – “ଓଡ଼ିଶା ସାହିତ୍ୟ ଏକାଡେମୀ”, ଭୁବନେଶ୍ୱର ଓ ସାହିତ୍ୟ,ସଂସ୍କୃତି ପରିଷଦ “ପରମ୍ପରା” ନୟାଗଡଙ୍କ ମିଳିତ ଆନୁକୂଲ୍ୟରେ ଏକଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ କାର୍ଯକ୍ରମ ନୟାଗଡର କେ.ସି କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଉଦ୍ଘାଟକ ଭାବେ ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍ ପ୍ରଫେସର ନିଶାମଣି ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରବଚକ

ଓ ସୁବକ୍ତା ଡ଼. ଗଣେଶ୍ୱର ସ୍ୱାଇଁ , ମୁଖ୍ୟ ଅତିଥି ଭାବେ ସାରଳା ଦାସ ଚେୟାର ପ୍ରଫେସର, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର , ବରେଣ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଡ଼. ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ନୟାଗଡ ମାଟିର ଐତିହ ,ସଂସ୍କୃତି, ସାହିତ୍ୟ ଓ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ ଏବଂ ନୟାଗଡ ଜିଲ୍ଲାର ସାରସ୍ଵତ ସାଧକ ମାନଙ୍କ ସାହିତ୍ୟ କୃତି ଗୁଡ଼ିକୁ ଆଲୋଚନା କରିଥିଲେ । ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ ଏବଂ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନ କରିଥିଲେ । ରଶ୍ମିରଞ୍ଜନ ଶତପଥି ସାହିତ୍ୟ ଏକାଡେମୀ ତରଫରୁ କବି ମାନଙ୍କୁ ସେମାନଙ୍କର ପ୍ରୀତିଭରା ଉପହାର ପ୍ରଦାନ କରିଥିଲେ। “ପରମ୍ପରା” ର ସଭାପତି ଡ଼. ସୁକାନ୍ତି ମହାନ୍ତି ଏହି ଆଲୋଚନା ଚକ୍ରରେ ସଭାପତିତ୍ବ କରିଥିଲା ବେଳେ “ପରମ୍ପରା” ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି କାର୍ଯକ୍ରମକୁ ପରିଚାଳନା କରିଥିଲେ।











