Home / ମୁଖ୍ୟ ଖବର / ଆଇନ ମନ୍ତ୍ରୀଙ୍କ କାକଟପୁର ପରିଦର୍ଶନ ଦଇତା ନିଯୋଗ ସହ ମିଶି କଲେ ବୃକ୍ଷରୋପଣ

ଆଇନ ମନ୍ତ୍ରୀଙ୍କ କାକଟପୁର ପରିଦର୍ଶନ ଦଇତା ନିଯୋଗ ସହ ମିଶି କଲେ ବୃକ୍ଷରୋପଣ

କାକଟପୁର -:୧୫/୦୪( )ଆଜି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମଙ୍ଗଳମୟୀ ମା ମଙ୍ଗଳା ଙ୍କୁ ରାଜ୍ୟ ଆଇନ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସରକାରୀ ଗ୍ରସ୍ତ ରେ ଆସି ମା ମଙ୍ଗଳା ଙ୍କୁ ଦର୍ଶନ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଉପଦେଷ୍ଟା କମିଟି ସଦସ୍ୟ, ସେବକ ସମିତି ଉପ ସଭାପତି କମଳ ଲୋଚନ ଦୀକ୍ଷିତ,ପବିତ୍ର କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ ପୁଷ୍ପ ଗୁଚ୍ଛ ଦେଇ

ନିମନ୍ତ୍ରଣ କରିବା ସହିତ ମନ୍ଦିର ଭିତରକୁ ନେଇ ଦର୍ଶନ କରାଇ ଥିଲେ, ତାଙ୍କ ସହିତ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଉପାଧ୍ୟକ୍ଷ ସ୍ବାଧୀନ ନାୟକ,ଏସ ଟି ସେଲର ଅଧ୍ୟକ୍ଷ ବାଇଧର ମଲ୍ଲିକ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ରାଜକିଶୋର ଜେନା,ଦଇତାପତି ନିଯୋଗର କର୍ମକର୍ତ୍ତା ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ଆଇନମନ୍ତ୍ରୀ ଙ୍କ ସହ ସୌଜନ ମୂଳକ ସାକ୍ଷାତ ଆଲୋଚନା କରିବା ପରେ ଟ୍ରଷ୍ଟ ବୋର୍ଡ ଅଫିସ ଠାରେ ଓବିସିସି ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିବା ସହ ବହୁ ଜଲଦି ମଙ୍ଗଳା ମନ୍ଦିର ନୂଆ ରୂପରେଖ ଦିଆଯିବ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରେ କହିଥିଲେ।ପରେ ଦେଉଳିମଠ ଠାରେ ଦଇତାପତି ନିଯୋଗର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଇ ଦାରୁ ବିଗ୍ରହ ପାଇଁ ଲିମ୍ବ ବୃକ୍ଷ ରୋପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply