Home / ମୁଖ୍ୟ ଖବର / ଜୁନ୍ ୧ରୁ ବେଳାଭୂମିରେ କୃଷି ଓ ଲୋକମେଳା

ଜୁନ୍ ୧ରୁ ବେଳାଭୂମିରେ କୃଷି ଓ ଲୋକମେଳା

ପୁରୀ, ୧୫ ଏପ୍ରିଲ ୨୦୨୬:ଆସନ୍ତା ଜୁନ୍ ମାସରେ ପୁରୀରେ ଆୟୋଜିତ ହେବାକୁ ଯାଉଥିବା ୨୪ତମ ଜାତୀୟ ଲୋକମେଳା ଓ ୧୭ତମ କୃଷି ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ପୁରୀ ଜିଲ୍ଲାର ବିରା ହରେକୃଷ୍ଣପୁର ଅବସ୍ଥିତ ମା ଵିରାଜାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମାଜର ବିଭିନ୍ନ କ୍ଷେତ୍ରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ଯୋଗଦେଇ ଆସନ୍ତା ଜାତୀୟ ମହାଉତ୍ସବ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରିଥିଲେ। ଲୋକମେଳାରେ ଭାରତର ୨୫

ରାଜ୍ୟରୁ ପ୍ରାୟ ୮୦୦ ଲୋକନୃତ୍ୟ ଯୋଗ ଦେଉଥ‌ିବା ବେଳେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ କୃଷି, ମତ୍ସ୍ୟ ଓ ପଶୁପାଳନ, ପାଣିପାଗ ବିଭାଗ କୃଷିମେଳାରେ ଯୋଗଦେବେ ।

ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ, ପୁରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ଜିଲ୍ଲା ସଭାପତି, ଦେବେନ୍ଦ୍ର ନାଥ ତରାଇ, ପ୍ରଫେସର ପ୍ରଭାତ କୁମାର ମହାପାତ୍ର, କୁଳପତି ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କୁଳପତି ଓଡ଼ିଆ ବିଶ୍ୱବିଦ୍ୟାଳୟ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ , ଅଧ୍ୟକ୍ଷ, ଶ୍ରୀକ୍ଷେତ୍ର ସୂଚନା ଆଚାର୍ଯ୍ୟ ହରେକୃଷ୍ଣ ସତପଥୀ , ଉପାଧ୍ୟକ୍ଷ ଭରତ କୁମାର ନାୟକ, ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି, ଡ଼ଃ କୈଳାଶ ଚନ୍ଦ୍ର ଟିକାୟତରାୟ ,ଡ଼ଃ ବଦ୍ରୀ ମିଶ୍ର, କୋଷଦକ୍ଷ ନାରାୟଣ ପାତ୍ର ସହ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ।

ସେହିପରି ସତ୍ୟବ୍ରତ ଦାସ, ହୁଲାଶ ଚନ୍ଦ୍ର, ପ୍ରତାପ ଚନ୍ଦ୍ର ଦଳେଇ, ଶ୍ୟାମ ପ୍ରକାଶ ସେନାପତି, ସନ୍ତୋଷ କୁମାର ମହାନ୍ତି, , ତାରା ପ୍ରସାଦ ଦାଶ, ଶିବ ସୁନ୍ଦର ମିଶ୍ର, ବିଦ୍ରୋହ ସିଂହ, ସୌମ୍ୟ ରଞ୍ଜନ ମିଶ୍ର, ଗୌତମ ମିଶ୍ର, ସୁନୀଲ କୁମାର ରଥ, ବିଶ୍ଵନାଥ ମିଶ୍ର ,ମନୋଜ ରଥ, ପୁଷ୍କର ସାହୁ ଓ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ।

ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଆସନ୍ତା ୧ ଜୁନ୍ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ପୁରୀର ଗୋଲ୍ଡେନ ସି ବିଚ୍, ମହୋଦଧି ନିବାସ ସମ୍ମୁଖରେ ୨୪ତମ ଜାତୀୟ ଲୋକମେଳା ଆୟୋଜିତ ହେବ, ଯେଉଁଥିରେ ଦେଶର ୨୫ଟି ରାଜ୍ୟର ସାଂସ୍କୃତିକ ଦଳମାନେ ଯୋଗଦେଇ ନିଜର ଲୋକନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ କଳାକୃତି ପ୍ରଦର୍ଶନ କରିବେ। ଏହି ମହୋତ୍ସବ ଭାରତର ଆଦିବାସୀ ଓ ଲୋକସଂସ୍କୃତିକୁ ଜାତୀୟ ପରିସରରେ ପ୍ରଚାର କରିବା ସହ “ଏକ ଭାରତ ଶ୍ରେଷ୍ଠ ଭାରତ” ଧାରଣାକୁ ସୁଦୃଢ଼ କରିବ।

ଏହା ସହିତ ୧୭ତମ ଜାତୀୟ କୃଷି ମେଳା ମଧ୍ୟ ସେହି ସ୍ଥାନରେ ଆୟୋଜିତ ହେବ, ଯେଉଁଥିରେ କୃଷି, ଉଦ୍ୟାନ, ମାଛଚାଷ, ପଶୁପାଳନ, ବାୟୋଟେକ୍ନୋଲୋଜି ଓ ଗ୍ରାମୀଣ ଉନ୍ନତି ସମ୍ବନ୍ଧୀୟ ନୂତନ ପ୍ରଯୁକ୍ତି ଓ ନବୀନତା ପ୍ରଦର୍ଶିତ ହେବ। ଏହା କୃଷକ, ଗବେଷକ ଓ ଉଦ୍ୟମୀମାନଙ୍କ ପାଇଁ ଏକ ଜାତୀୟ ମଞ୍ଚ ରୂପେ କାର୍ଯ୍ୟ କରିବ।

ବୈଠକରେ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି, ଯାହାରେ ଡ଼ଃ ଦେବେନ୍ଦ୍ର ନାଥ ତରାଇ ଓ ଇଂ. ଚିତ୍ତରଞ୍ଜନ ବିଶ୍ୱାଳ ସଦସ୍ୟ ଭାବେ ରହିବେ। ଏହି କମିଟି ରାଜ୍ୟପାଲ , ବାଚସ୍ପତି ,ମୁଖ୍ୟମନ୍ତ୍ରୀ ,ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ଅନ୍ୟ ସଦସ୍ୟ ,ସାଂସଦ ଓ ବିଧାୟକମାନଙ୍କୁ ଆମନ୍ତ୍ରଣ ସହିତ ସମାଜର ବିଭିନ୍ନ କ୍ଷେତ୍ରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ ଜଣାଇବେ।

ଏହି ଅବସରରେ ଉଭୟ କୁଲପତିଙ୍କୁ ଅନୁଷ୍ଟାନ ପକ୍ଷରୁ ସମ୍ମାନିତ କରାଯାଇ ତାଙ୍କୁ ସଂଗଠନର ପରାମର୍ଶଦାତା ଭାବେ ଯୋଗଦେବାକୁ ଅନୁରୋଧ କରାଯାଇଥିଲା। ଏହି ଦୁଇ ଜାତୀୟ ମହାଉତ୍ସବ କୁ ସଫଳ କରିବା ପାଇଁ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର ଓ ସୁଭାଶିଷ ଖୁଣ୍ଟିଆଙ୍କୁ କେନ୍ଦ୍ର ସରକାରର ବିଭିନ୍ନ ବିଭାଗର ସକ୍ରିୟ ଭାଗିଦାରି ସୁନିଶ୍ଚିତ କରିବା ପାଇଁ ଅନୁରୋଧ କରାଯିବା ପାଇଁ ମତ ପ୍ରକାଶ ପାଇଥିଲା ।

ସମଗ୍ରରେ, ଏହି ବୈଠକ ଆସନ୍ତା ଜାତୀୟ ମହାଉତ୍ସବକୁ ସଫଳ କରିବା ପାଇଁ ଏକ ସୁଦୃଢ଼ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଲକ୍ଷାଧ୍ଵ ଦର୍ଶକ ସମବେତ ହେବାର ସମ୍ଭାବନା ଥ‌ିବାରୁ ଏହାର ସଫଳ ରୂପାୟଣ ଓ ଶୃଙ୍ଖଳିତ କରିବା ପାଇଁ ଖୁବ୍‌ଶୀଘ୍ର ଜିଲ୍ଲା ପ୍ରଶାସନ ସହ ଏକ ବୈଠକ କରାଯିବ । ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖ୍ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ରାଜ୍ୟର କଳାକାରମାନେ ବେଳାଭୂମି ସଫେଇ କରିବେ ବୋଲି ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply