Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି

ପୁରୀ ଜିଲ୍ଲା ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି

ପୁରୀ; ୧୫/୦୪/୨୦୨୬ : ଚଳିତ ବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପୁରୀ ଜିଲ୍ଲା ଅନ୍ତର୍ଗତ ଡି.ଏ.ଭି. ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଦଶମ ଶ୍ରେଣୀରେ ମୋଟ୍ ୧୪୯ ଜଣ ପରୀକ୍ଷା ଦେଇଥିଲେ ଓ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ଛାତ୍ର ଶିବ ପ୍ରସାଦ ମିଶ୍ର (୯୮.୬%) ରଖି ପ୍ରଥମ ସ୍ଥାନ, ପ୍ରଣବ ସାହୁ (୯୭.୮%.) ଦ୍ଵିତୀୟ ସ୍ଥାନ ଏବଂ ସତ୍ୟଜିତ୍ ପଣ୍ଡା (୯୭.୪%) ତୃତୀୟ ସ୍ଥାନ ଅର୍ଜନ କରି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ଓଡ଼ିଆ, ସାମାଜିକ ବିଜ୍ଞାନ ଓ ଗଣିତରେ ୧୦୦ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ଏତଦବ୍ୟତୀତ ବିଦ୍ୟାଳୟର ମୋଟ ୩୪ଜଣ ଛାତ୍ର ଛାତ୍ରୀ ୯୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ବେଳେ ୧୪ଜଣ ୯୫%ରୁ ଊର୍ଦ୍ଧ୍ୱ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ବିଦ୍ୟାଳୟର ହାରାହାରି ହେଉଛି ୭୬.୪୮% । ବିଦ୍ୟାଳୟର ଏହି ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତ୍ସ୍ନା ମଙ୍ଗରାଜ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଗାମୀ ଦିନରେ ପାଠପଢ଼ା କିଭଳି ଆହୁରି ଉଚ୍ଚକୋଟୀର ହୋଇପାରିବ ସେନେଇ ଅଧିକ ଧ୍ୟାନ ଦିଆଯିବ ବୋଲି ଅଧ୍ୟକ୍ଷା ମହୋଦୟା ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply