ପୁରୀ ତା 16/4 ‘ପ୍ରତିମା ପ୍ରିୟଦର୍ଶିନୀ କଳା ପ୍ରତିଭା’ ଅନୁଷ୍ଠାନ ପକ୍ଷରୁ ପ୍ରତିଭା ସମ୍ମାନ -2026 ପ୍ରଦାନ ସମାରୋହ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବରିଷ୍ଠ ସେବାୟତ ଭଗବାନ ସୁଆର, ପ୍ରଭୁଜୀ ଗୌରୀଶଙ୍କର ସିଂହାରୀ, ସୋମନାଥ ଖୁଣ୍ଟିଆ, ଯୁବ ସେବାୟତ ହରିଶଙ୍କର ମୁଦ୍ରା, ସମାଜସେବୀ ଅନିରୁଦ୍ଧ ରାଉତ, କାଦମ୍ବିନୀ ସାମର୍ଥ, ସ୍ମୃତିରଞ୍ଜନ ପତି , ପ୍ରଣତି ପଣ୍ଡା ଏବଂ ଶକ୍ତି ରାଉତ ପ୍ରମୁଖ ଅତିଥି ରୂପେ ମଂଚାସୀନ ଥିଲେ | ଅନୁଷ୍ଠାନ ର ସଭାପତି ପ୍ରତିମା ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦିକା ନୀତୁ ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଏହି ଅବସରରେ ନୃତ୍ୟଗୁରୁ ମନୋରଞ୍ଜନ ପ୍ରଧାନ, ଗୁରୁ ମିନତି ପ୍ରଧାନ, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ଗୁରୁ ରୀତା ମହାନ୍ତି ଙ୍କୁ ‘ମଣିମା ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା | ଏଥି ସହିତ କଳା ନିର୍ଦ୍ଦେଶକ ଶରତ ମହାନ୍ତି, ସମାଜସେବୀ ସୁଧୀର କାନୁନଗୋ, ରୋଜା ମହାପାତ୍ର,

ଅଭିନେତ୍ରୀ ରେଶମା ରଣା, ଶିଶୁ ନୃତ୍ୟ ଶିଳ୍ପୀ ଆରାଧ୍ୟା ନନ୍ଦ, ମୋନୀ ଦୀପା, ଶ୍ରୀୟାଶ୍ରୁତି ପାଣିଗ୍ରାହୀ, ତନୟା ଘୋଷାଲ ଏବଂ ଏ ଦେବାଂଶୀ ଦୋରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସ୍ବସ୍ତି ପ୍ରଦ୍ୟାନି ନାୟକ, ପ୍ରିୟମ୍ବଦା ପୂଜାପଣ୍ଡା ଓ କିରଣ ପ୍ରିୟଦର୍ଶିନୀ ପଣ୍ଡା ‘ମିସ ପରମ୍ପରା’ ଏବଂ ଗୋପାଲିସା ମହାନ୍ତି, ପପି ସାହୁ ଓ କଲ୍ୟାଣୀ ପ୍ରଧାନ ‘ମିସେସ ପରମ୍ପରା’ ରେ ବିଜେତା ହୋଇଥିବାରୁ ସେମାନଙ୍କୁ କ୍ରାଉନ ପିନ୍ଧାଇ ସମ୍ମାନିତ କରାଯାଇଥିଲା | ଏହି ଅବସରରେ ପୂର୍ବରୁ ରାଜ୍ୟ ସ୍ତରରେ ଅନୁଷ୍ଠିତ ଓଡିଶୀ ନୃତ୍ୟ, ଚିତ୍ରକଳା, ଝୋଟି, ଶଙ୍ଖ ଫୁଙ୍କା,ସମବେତ ନୃତ୍ୟ ଆଦି ପ୍ରତିଯୋଗିତା ର କୃତୀ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଗୁରୁ ମନୋରଞ୍ଜନ ପ୍ରଧାନ ଏବଂ ମିନତି ପ୍ରଧାନ ଯୁଗଳବନ୍ଦୀ ଓଡିଶୀ ନୃତ୍ୟ ରେ ଅର୍ଦ୍ଧ ନାରୀଶ୍ୱର ପରିବେଷଣ କରିଥିଲେ | ପଦ୍ମଵିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନା ଓ ସୁରମଣି ରଘୁନାଥ ପାଣିଗ୍ରାହୀ ଙ୍କ କଣ୍ଠଦାନରେ ଏହା ପରିବେଷିତ ହୋଇଥିଲା |ଏହାପରେ ପାରମ୍ପରିକ ଫେସନ ଶୋ ପ୍ରଦର୍ଶିତ ହେବା ସହିତ ପରିଶେଷରେ ଅମିତ କୁମାର ଚାଟାର୍ଜୀ ଙ୍କ ନିର୍ଦ୍ଦେଶନାରେ ନାରୀ ସଶକ୍ତିକରଣ ଉପରେ ଏକ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା | କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ସଂଚାଳନ କରିଥିଲେ | ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତା ରେ ଓଡ଼ିଶା ଏବଂ ବାହାରୁ ଦୁଇ ଶହ ଅସି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ |











