Home / ମୁଖ୍ୟ ଖବର / ନୟାଗଡ଼ରେ ପରମ୍ପରାର ବିଷୁବ ମିଳନ ଏବଂ ସାରସ୍ଵତ ସମାରୋହ ୨୦୨୬ ଅନୁଷ୍ଠିତ ।

ନୟାଗଡ଼ରେ ପରମ୍ପରାର ବିଷୁବ ମିଳନ ଏବଂ ସାରସ୍ଵତ ସମାରୋହ ୨୦୨୬ ଅନୁଷ୍ଠିତ ।

ନୟାଗଡ , ତା-୧୯.୪.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡର ପ୍ରମୁଖ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା”ର ବିଷୁବ ମିଳନ ,ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ୨୦୨୬ ସ୍ଥାନୀୟ କଚେରୀ ରୋଡ଼ ସ୍ଥିତ ସାମ୍ବାଦିକ ଭବନ ଠାରେ ପାଳନ କରାଯାଇଅଛି । ଏହି ସାରସ୍ଵତ ମଞ୍ଚ ରେ

ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ରଙ୍କନିଧି ବଳିୟାରସିଂ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଅକ୍ଷୟ କୁମାର ରାଉତ ଯୋଗ ଦେଇଥିଲେ । ଡଃ ସୁକାନ୍ତି ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଯଦି ସାହିତ୍ୟ ଅତି ସୁନ୍ଦର ନହେବ , ସରଳ ନହେବ , ସର୍ବ ଜନାଦୃତ ନହେବ ତେବେ ତାହା ସାହିତ୍ୟର ପଦବାଚ୍ୟ ନୁହେଁ ବୋଲି ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ। ପ୍ରାରମ୍ଭରୁ ପ୍ରଥମେ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ଅଧ୍ୟାପିକା ନିଳୀମା ନନ୍ଦ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ଅବସରରେ କିଛି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଡ଼. ସୁକାନ୍ତି ମହାନ୍ତିଙ୍କର କବିତା ସଂକଳନ ପ୍ରୀତିପ୍ରଦା ଓ ସ୍ବର୍ଗତ ଚନ୍ଦ୍ରମଣି ପ୍ରଧାନଙ୍କ କାବ୍ୟ ଭୈମୀ ଵୈଦର୍ଭୀଶ ପୁସ୍ତକ ଦୁଇଟିକୁ ଉନ୍ମୋଚନ କରାଯାଇଥିଲା । ଅକ୍ଷୟ କୁମାର ରାଉତ ପୁସ୍ତକ ଦୁଇଟିକୁ ସମୀକ୍ଷା କରିଥିଲେ। ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ସାରସ୍ଵତ ସମାରୋହକୁ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply