Home / ମୁଖ୍ୟ ଖବର / ସାହିରେ ପିଇବା ପାଣି ସମସ୍ୟାର ହେଲା ସମାଧାନ 

ସାହିରେ ପିଇବା ପାଣି ସମସ୍ୟାର ହେଲା ସମାଧାନ 

ପୁରୀ,୧୯ ଏପ୍ରିଲ ୨୦୨୬: ଅରିଷଣ୍ଢ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମାର ସାହି, ୱାର୍ଡ ନଂ–୧୪ ରେ ଥିବା ଟ୍ୟୁବୱେଲ୍ (ହ୍ୟାଣ୍ଡପମ୍ପ) ଗତ ୧୮ ଦିନ ଧରି ଖରାପ ଅବସ୍ଥାରେ ରହିବାରୁ ଗ୍ରାମବାସୀମାନେ ପିଇବା ପାଣି ପାଇଁ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ମହିଳା, ଶିଶୁ ଓ ବୃଦ୍ଧମାନେ ଏଥିପାଇଁ ସର୍ବାଧିକ ପ୍ରଭାବିତ ହେଉଥିଲେ।

ଏହି ସମସ୍ୟା ବିଷୟରେ ଜାଣିବା ପରେ ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ପୂର୍ବତନ ସଂପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସେ ପୁରୀ ଜିଲ୍ଲା ଆର୍.ଡ଼ବ୍ଲ୍ୟୁ.ଏସ.ଏସ୍ ବିଭାଗର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ଚିଠି ଲେଖି ଟ୍ୟୁବୱେଲ୍‌ଟିକୁ ଶୀଘ୍ର ମରାମତି କରିବାକୁ ଅନୁରୋଧ କରିଥିଲେ।

ତାଙ୍କର ତ୍ୱରିତ ହସ୍ତକ୍ଷେପ ପରେ କେବଳ କିଛି ଦିନ ମଧ୍ୟରେ ଟ୍ୟୁବୱେଲ୍‌ଟି ମରାମତି ହୋଇ ଏବେ ଗ୍ରାମବାସୀମାନେ ସ୍ୱଚ୍ଛ ପାଣି ପାଇ ପାରୁଛନ୍ତି।

ଗ୍ରାମବାସୀଙ୍କ ପକ୍ଷରୁ ଯୁବ ନେତା ଦୀପୁ ରଞ୍ଜନ ବେହେରା ପ୍ରଶାନ୍ତ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି,“ପ୍ରଶାନ୍ତ ସ୍ୱାଇଁଙ୍କ ତ୍ୱରିତ ପଦକ୍ଷେପ ଫଳରେ ଆମ ସମସ୍ୟାର ସମାଧାନ ହୋଇଛି। ଏପରି ନେତୃତ୍ୱ ପ୍ରତି ଆମର ଆଶା ଓ ଆସ୍ଥା ବଢ଼ିଛି।” ଗ୍ରାମବାସୀମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇ ଆଗାମୀଦିନରେ ଏପରି ଲୋକହିତକର କାର୍ଯ୍ୟ ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply