Home / ମୁଖ୍ୟ ଖବର / କାକଟପୁର ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏକ ଅଭାବନୀୟ ଘଟଣା

କାକଟପୁର ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏକ ଅଭାବନୀୟ ଘଟଣା

କାକଟପୁର ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅଷ୍ଟପ୍ରହର ନାମଯଜ୍ଞ ପରେ ନଗର ସଂକ୍ରୀତ୍ତର୍ନ ହେଉଥିବା ବେଳେ ଗାଁ ର
ଦୁଇ ଗୋଷ୍ଟି ମଧ୍ୟରେ ବଚସା ହୋଇଥିଲା। ତେବେ ସଂଧ୍ୟା ବେଳକୁ ଏହି ଘଟଣା ଉଗ୍ରରୂପ ଧାରଣ କରିଥିଲା। ବାହୁଡ଼ିଅ ଛକ ନିକଟରେ ଉଭୟ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ଘଟି ବ୍ଲେଡ ମରାମରି ହୋଇଥିଲେ। ଯାହାଫଳରେ ଉଭୟ ଗୋଷ୍ଠୀ ମଧ୍ୟରୁ ଅଠରୁ ଉର୍ଦ୍ଧ ଲୋକ ଆହତ ହୋଇ ଅସ୍ତରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଅସ୍ତରଙ୍ଗ ପୋଲିସ ଉଭୟ ଗୋଷ୍ଠୀର ସାତ ଜଣଙ୍କୁ ଅଟକ ରଖି ଘଟଣା ର ତଦନ୍ତ କରୁଛି। ଆହାତ ଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅଵସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ମଧୁପୁର ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply