Home / ମୁଖ୍ୟ ଖବର / କୃଷକ ସଶକ୍ତୀକରଣ ପାଇଁ ଆଜି ଶପଥ ନେବାର ଦିନ:ଉପ ମୁଖ୍ୟମନ୍ତ୍ରୀ – ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

କୃଷକ ସଶକ୍ତୀକରଣ ପାଇଁ ଆଜି ଶପଥ ନେବାର ଦିନ:ଉପ ମୁଖ୍ୟମନ୍ତ୍ରୀ – ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

ପୁରୀ ୨୦/୪ ଓଡ଼ିଆ ଜାତି ପାଇଁ ଅକ୍ଷୟ ତୃତୀୟା ଏକ ବଡ ଓ ପବିତ୍ର ଦିନ। ଆଜି ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ ର ଶୁଭାରମ୍ଭ ସହ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେଉଛି।କୃଷକ ମାନେ ନୂତନ ବର୍ଷ ର ଚାଷ ପାଇଁ ଆଜି ଠାରୁ ଧାନ ମୁଠି ଅନୁକୂଳ କରୁଛନ୍ତି।ତେଣୁ କୃଷକ ସଶକ୍ତିକରଣ ପାଇଁ ଆଜି ର ଦିନ ଶପଥ ନେବାର ଦିନ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଆଜି ପୂର୍ବାହ୍ନରେ ନିମାପଡା ବ୍ଲକ ଅନ୍ତର୍ଗତ ଓଡଂଶ ଫାର୍ମ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ ମୁଠି ଅନୁକୂଳ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଏକ ବିହନ ଯୋଗାଣ ରଥକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଦଘାଟନ କରିଥିଲେ।ପରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଜିର ଦିବସ ରେ ଯାହା ଶୁଭାରମ୍ଭ କଲେ ତାହା କ୍ଷୟ ହୁଏ ନାହିଁ ବୋଲି ପ୍ରବାଦ ରହିଛି ବୋଲି କହିଥିଲେ।କୃଷି ଓ କୃଷକ ଙ୍କ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି।କୃଷି ବଜେଟ ରେ ୧୫ ହଜାର କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି।୧୫୦ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇ ରେକର୍ଡ ସୃଷ୍ଟି କରିଛି।ରାଜ୍ୟର କୃଷି ଅଭିବୃଦ୍ଧି ହାର ୫.୩ ରହିଛି ଯାହା ଜାତୀୟ ହାର ଠାରୁ ମଧ୍ୟ ଅଧିକ।ବିଭିନ୍ନ ଶସ୍ୟ ଓ ଫଳ ପନିପରିବା ବିଦେଶକୁ ରପ୍ତାନୀ କରି କୃଷି, ଉଦ୍ୟାନ କୃଷି ଓ ଆନୁଷଙ୍ଗିକ କୃଷି ରେ ଆମେ ସ୍ବାବଲମ୍ବି ହେଉଛନ୍ତି।ରାଜ୍ୟ ସରକାର ଅକ୍ଷୟ ତୃତୀୟା ଅର୍ଥାତ ଚାଷ ଆରମ୍ଭ ସମୟରେ ଓ ନୂଆଖାଇରେ ଯେତେବେଳେ ବେଉଷଣ ଓ ସାର ଇତ୍ୟାଦି ଆବଶ୍ୟକ ସେଥିପାଇଁ ୨ ହଜାର ଟଙ୍କା ଲେଖାଏଁ ଓ କେନ୍ଦ୍ର ସରକାର ମଧ୍ୟ ୩ଟି କିସ୍ତି ଏହିଭଳି ମୋଟ ୫ ଟି କିସ୍ତି ରେ ୧୦ ହଜାର ଟଙ୍କା କୃଷକ ମାନଙ୍କୁ ପ୍ରଦାନ କରାଯାଉଛି ବୋଲି କହିଥିଲେ।ମିଶନ ଶକ୍ତି ର ମା ମାନେ ବିଭିନ୍ନ ଉତ୍ପାଦ, ମିଲେଟ ର ଡ୍ରିଙ୍କସ୍ ପ୍ରସ୍ତୁତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟ ରେ ଜଡ଼ିତ ହୋଇ ଲକ୍ଷପତି ଦିଦି ହେବାରେ ଲାଗିଛନ୍ତି।ବଡ ଖୁସି ର କଥା ଦେଶରେ ଓଡିଶା ରେ ସର୍ବାଧିକ ଲକ୍ଷପତି ଦିଦି ରହିଛନ୍ତି।ନୂତନ ଜ୍ଞାନ କୌଶଳ, ବୈଷୟିକ ଜ୍ଞାନ, ଅଧିକ ଉତ୍ପାଦନ କ୍ଷମ ବିହନ ବ୍ୟବହାର ଦ୍ବାରା ଆମ କୃଷକ ମାନେ ଉନ୍ନତି ଓ ବିକାଶ ର ଚରମ ଶିଖରରେ ପହଞ୍ଚି ପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର,ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ମଞ୍ଜୁଳା ତ୍ରୀପାଠୀ, ନିମାପଡା ବ୍ଲକ ଆତ୍ମା ଅଧ୍ୟକ୍ଷ ଦିଲ୍ଲୀପ କୁମାର ପରିଡା, ସାଂସଦ ଙ୍କ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୀୟା ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ମୁଖ୍ୟ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ସତ୍ୟବାଦୀ କୃଷି ଜିଲ୍ଲା ଅଧିକାରୀ ପରେଶ ଚନ୍ଦ୍ର ପଣ୍ଡା ମଞ୍ଚ ସଂଚାଳନ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ମୋଟ ୧୮୯୨୦୩ ଜଣ ଚାଷୀ ଙ୍କୁ ୨ ହଜାର ଟଙ୍କା ହିସାବରେ ୩୭ କୋଟି ୮୪ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ଏଥିରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ୧୮୭୮୯୭ ଜଣ ଥିବା ବେଳେ ୧୩୦୬ ଜଣ ଭୂମି ହୀନ ଚାଷୀ ରହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply