ପୁରୀ ୨୦/୪ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୪ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୩୧ ଗୋଟି ବ୍ୟକ୍ତିଗତ,୩ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,,ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ସତହସିଲଦାର ଡ ମନୋଜ କୁମାର ପ୍ରଧାନ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
No Comments
April 21, 2026 5:12 pm

Previous Article
Next Article

କୃଷକ ସଶକ୍ତୀକରଣ ପାଇଁ ଆଜି ଶପଥ ନେବାର ଦିନ:ଉପ ମୁଖ୍ୟମନ୍ତ୍ରୀ – ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ସମାରୋହ ଅନୁଷ୍ଠିତ।-ବିବାହ କଲେ ୬୭ ବର କନ୍ୟା,ପରିବାର ଦେଲେ ସରକାର ଙ୍କୁ ଧନ୍ୟବାଦ

Related Posts
ଘରୋଇ ହିଂସା ରୁ ମହିଳା ଙ୍କୁ ସୁରକ୍ଷା ଅଧିନିୟମ କର୍ମଶାଳା ଅନୁଷ୍ଠିତ।
September 8, 2026
ଶ୍ରୀଧାମ ଜଗନ୍ନାଥ ପୁରୀରେ ପୂଜ୍ୟ ଦିଦି ମା’ଙ୍କୁ ଦେଖିବା ଓ ତାଙ୍କର ଅମୃତବାଣ ...
September 8, 2026





