ସତ୍ୟବାଦୀ :୨୬/୪/୨୬ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପଞ୍ଚସଖା ପଡ଼ିଆରେ, ସାକ୍ଷୀଗୋପାଳ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ୪୯ତମ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ପାଳିତ ହୋଇଯାଇଛି। ମହୋତ୍ସବର ଉଦ୍ଜାପାନୀ ସନ୍ଧ୍ୟାରେ ଅତିଥି ରୂପେ ସତ୍ୟବାଦୀର ବିଧାୟକ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ, ପୁଷ୍ପମାଲ୍ୟ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଗୁରୁ ଧନେଶ୍ଵର ସ୍ବାଇଁଙ୍କ ହାତରେ ଗଢା ଭୁବନେଶ୍ବର ବାଦ୍ୟବାଣୀ ଟିମ, ଏକ ବାଦ୍ୟ କଚେରୀ କରାଯାଇଥିଲେ । ଏଥିରେ ସେମାନେ ବିଭିନ୍ନ ବାଦ୍ୟର ସମିଶ୍ରଣ ରେ ବିଭିନ୍ନ ତାଳର ରୂପ ବର୍ଣ୍ଣନା କରିଥିଲେ ଯାହାକି ଦର୍ଶକଙ୍କ ମନକୁ ଆମୋଦିତ କରିଥିଲା ।

ପରେ ପରେ ଗୁରୁ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଙ୍କ ନିର୍ଦେଶନାରେ ଏବଂ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ହୋଇଥିଲା ବୃନ୍ଦ ଓଡିଶୀ ଗାୟନ।ଏହି ସନ୍ଧ୍ୟାରେ ଗୁରୁ ଲିଙ୍ଗରାଜ ସ୍ବାଇଁଙ୍କ ନିର୍ଦେଶନାରେ ଗୁରୁ ଲିଙ୍ଗରାଜ ସ୍ବାଇଁଙ୍କ ଶିଷ୍ୟ ଏବଂ ଶିଷ୍ୟା ତଥା ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ
ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ବୃନ୍ଦ ଓଡିଶୀ ନୃତ୍ୟ। ଏଥିରେ ସେମାନଙ୍କୁ ସହଯୋଗ କରିଥିଲେ ଶ୍ରୀମତୀ ଚିରସ୍ରୋତା ଖୁଣ୍ଟିଆ ଏବଂ ମିରାଦାସ । ପରେପରେ ଗୁରୁ ଲିଙ୍ଗରାଜ ସ୍ବାଇଁ ଶିଷ୍ୟା, ଓଡ଼ିଶାର ସୁନାମଧନ୍ୟା ମିନାକ୍ଷୀ ରାଣୀ ଜେନାଙ୍କ ଦ୍ବାରା ଏକକ ଓଡିଶୀ ନୃତ୍ୟ ପରିବଶଣ କରାଯାଇଥିଲା।
ସର୍ବଶେଷରେ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଏକତ୍ର ହୋଇ ଏହିକାର୍ଯକ୍ରମକୁ ଉଦଯାପନ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା ସଂଯୋଜନା କରିଥିଲେ।











