ନୟାଗଡ଼,ତା-୩୦.୪.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ପି.ଇ.ଓ. ଶ୍ରୀଯୁକ୍ତ ପଵିତ୍ର କୁମାର ମଲ୍ଲ ଗୁରୁବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ନୟାଗଡ ବ୍ଲକ ପରିସରରେ ଏକ ଭାବ ଗମ୍ଭୀର ପରିବେଶରେ ପି.ଇ.ଓ ଶ୍ରୀଯୁକ୍ତ ମଲ୍ଲଙ୍କୁ ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଆବେଗ ଭରା ସଭାରେ ବିଡ଼ିଓ ମହୋଦୟା ଐଶ୍ୱର୍ଯ୍ୟା ଭୂୟାଁ ଯୋଗ ଦେଇ ପି.ଇ.ଓ ପଵିତ୍ର କୁମାର ମଲ୍ଲଙ୍କ

ଚାକିରୀ ଜୀବନର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ସମୟାନୁବର୍ତ୍ତିତା, କର୍ତ୍ତଵ୍ୟ ପରାୟଣତା, ସାଧୁତା, ସ୍ପଷ୍ଟ ବାଦିତା ଗୁଣ ଅନ୍ୟ ମାନଙ୍କର ଧେୟ ହେଉ ବୋଲି ପ୍ରକାଶ କରିଥିଲେ। ସେହିପରି ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ କୋହଭରା କଣ୍ଠରେ ପଵିତ୍ର ବାବୁଙ୍କ ଜିବନୀ ବିଷୟରେ କହିବା ସହିତ ଅବସର ଜୀବନ ଶାନ୍ତିମୟ ହେଉ ବୋଲି ପ୍ରକାଶ କରିଥିଲେ । ୩୪ବର୍ଷର ଚାକିରି ଜୀବନରେ ପି.ଇ.ଓ ଶ୍ରୀଯୁକ୍ତ ମଲ୍ଲ ନିଜର ମିଶାଣିଆ ଗୁଣ ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ସଭାରେ ସମସ୍ତଙ୍କର ମତ ପ୍ରକାଶ ପାଇଥିଲା । ଏହି ଅବସର କାଳୀନ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ , ବ୍ଲକର ଏବିଡ଼ିଓ ,ଡବ୍ଲୁ.ଏ.ଇ , ଆକାଉଣ୍ଟସ ଅଫିସର୍, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏହି ଅବସର କାଳୀନ ସଭାରେ ଉପସ୍ଥିତି ଥିଲେ। ତେବେ ୧୯୯୨ରୁ ଭାଟସାହି ପଂଚାୟତରୁ ଚାକିରୀ ଜୀବନ ଆରମ୍ଭ କରିଥିବା ଶ୍ରୀଯୁକ୍ତ ମଲ୍ଲଙ୍କର ଇଟାମାଟି ପଞ୍ଚାୟତରେ ଚାକିରୀ ଶେଷ ହୋଇଥିଲା। ତେବେ ବୁଧବାର ଇଟାମାଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ଶ୍ରୀଯୁକ୍ତ ମଲ୍ଲଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ବେଶ୍ ଧୁମଧାମରେ ପ୍ରଦାନ କରା ଯାଇଥିଲା।











