Home / ମୁଖ୍ୟ ଖବର / ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅକାର୍ଯ୍ୟକ୍ଷମ ଏୟାର କଣ୍ଡିସନର ଗୁଡ଼ିକର ଜରୁରୀ ମରାମତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅକାର୍ଯ୍ୟକ୍ଷମ ଏୟାର କଣ୍ଡିସନର ଗୁଡ଼ିକର ଜରୁରୀ ମରାମତି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର।

ନୟାଗଡ଼,ତା-୨୮.୪.୨୬ରିଖ-ସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ/ମହିଳା ମେଡିସିନ୍ ୱାର୍ଡ ଏବଂ ସର୍ଜରୀ ୱାର୍ଡରେ ଥିବା ଏୟାର କଣ୍ଡିସନିଂ ୟୁନିଟ ଗୁଡ଼ିକ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଧରି କାର୍ଯ୍ୟ କରୁନାହିଁ। “ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ ପ୍ରତିନିଧିମଣ୍ଡଳ ବାରମ୍ବାର ଚିକିତ୍ସାଳୟକୁ ପରିଦର୍ଶନ କରି ରୋଗୀମାନଙ୍କ ଅସୁବିଧା ସମ୍ପର୍କରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପ୍ରଶାସନକୁ ଅବଗତ କରାଯାଇଥିଲା । ଏପରିକି ପ୍ରଶାସନ ସହ ମଧ୍ୟ ସମସ୍ତ ୱାର୍ଡ ପରିଦର୍ଶନ କରାଯାଇଥିଲା। କିନ୍ତୁ ଚିକିତ୍ସାଳୟ ପ୍ରଶାସନ ତରଫରୁ ଏସି ଗୁଡିକର ମରାମତି କରିବା ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଗଲାନାହିଁ।
ୱାର୍ଡଗୁଡ଼ିକରେ ଶୀତଳୀକରଣର ଅଭାବ ରୋଗୀମାନଙ୍କ ପାଇଁ, ବିଶେଷକରି ଅସ୍ତ୍ରୋପଚାରରୁ ସୁସ୍ଥ ହେଉଥିବା କିମ୍ବା ଗୁରୁତର ଚିକିତ୍ସା ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରୁଛି। ଏହି ପରିସ୍ଥିତିରେ କାମ କରିବାକୁ ଚେଷ୍ଟା କରୁଥିବା ନର୍ସ ଏବଂ ଡାକ୍ତରମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ କଷ୍ଟକର ହେଉଛି ଏବଂ ଏହା ୱାର୍ଡର ପରିଚ୍ଛନ୍ନତାକୁ ପ୍ରଭାବିତ କରିବା ଫଳରେ ସଂକ୍ରମଣର ଆଶଙ୍କା ଅଧିକ ରହିଅଛି। ରୋଗୀଙ୍କ ଆରୋଗ୍ୟ ପାଇଁ ଏକ ନିରାପଦ ଏବଂ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଏୟାର କଣ୍ଡିସନିଂ ସିଷ୍ଟମ ମରାମତି କିମ୍ବା ବଦଳାଇବା ପାଇଁ ହସ୍ପିଟାଲ ଅଧୀକ୍ଷକ ଏବଂ ସମ୍ପୃକ୍ତ ପିଡବ୍ଲୁଡି (R & B ବିଦ୍ୟୁତ)ଙ୍କୁ ତୁରନ୍ତ ହସ୍ତକ୍ଷେପ କରି ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳଙ୍କୁ ସଂଗଠନ ତରଫରୁ ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ପତ୍ର ମାଧ୍ୟମରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କୁ ଜଣାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ତୁରନ୍ତ ଧ୍ୟାନ ଦେଇ ସମ୍ପୃକ୍ତ ବିଭାଗକୁ ଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସଂଗଠନ ତରଫରୁ ଲୋକପ୍ରିୟ ଜିଲ୍ଲାପାଳ ମହୋଦୟାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଅଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply