ନୟାଗଡ଼,ତା- ୧.୫.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲାପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ ସମାରୋହରେ ମାନ୍ୟବର ସାଂସଦ ପୁରୀ ଶ୍ରୀଯୁକ୍ତ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦୁଷ୍ମନ୍ତ କୁମାର ସ୍ୱାଇଁ ମାନ୍ୟବର ବିଧାୟକ ଖଣ୍ଡପଡା, ଇଂ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଜ଼ିଲ୍ଲା ପରିଷଦ , ଶ୍ରୀମତୀ ରୋଜିନା ଦାସ ଅତିରିକ୍ତ ଜିଲ୍ଲାପାଳ, ମାନ୍ୟବର ବାଚସ୍ପତିଙ୍କ ପ୍ରତିନିଧି ଶ୍ରୀ ଅଭିଷେକ ସାମନ୍ତରାୟ , ଶ୍ରୀମତୀ ନିରୁପମା ଖଟେଇ ଅଧ୍ୟକ୍ଷା ନୟାଗଡ଼ ମୁନିସିପାଲିଟି , ଅଞ୍ଜଳି ମଛଖଣ୍ଡ

ସଚିବ ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ ଏବଂ ବରିଷ୍ଠ ଓକିଲ ଦଣ୍ଡପାଣି ମହାନ୍ତି ଯୋଗଦାନ କରିଥିଲେ। ଏଥିସହିତ ନୟାଗଡ ଜିଲ୍ଲାର ବିଭିନ୍ନ ଟ୍ରେଡ ୟୁନିଅନର କର୍ମକର୍ତ୍ତା, ତଥା ୪୦୦ରୁ ଅଧିକ ଶ୍ରମିକ ଉପସ୍ଥିତ ଥିଲେ। ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହରେ ମୋଟ ୪୩୭ ଜଣ ନିର୍ମାଣ ଶ୍ରମିକଙ୍କୁ ମୋଟ ୧,୯୮,୭୦,୮୦୦.୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ- ୨୧୩ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦରେ ୧୮,୪୫,୮୦୦.୦୦ ଟଙ୍କା, ୧୫୨ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦରେ ୭୫,୫୦,୦୦୦ ଟଙ୍କା, ୩୭ ଜଣ ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୧, ୦୩,୦୦,୦୦୦.୦୦ ଟଙ୍କା, ୩୫ ଜଣ ପରିବାରବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୧,୭୫,୦୦୦.୦୦ ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୩୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ମଧ୍ୟ ନୂତନ କାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲା ଶ୍ରମ ଅଧିକାରୀ, କଲ୍ୟାଣ (ଭାରପ୍ରାପ୍ତ) ତେଜ କୁମାର ବାଗେ ଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଶ୍ରମ ଅଧିକାରୀ ମାନେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ ।











