Home / ମୁଖ୍ୟ ଖବର / ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

ଅପରେସନ ସିନ୍ଦୂର ପ୍ରଥମ ବାର୍ଷିକ ପାଳିତ।

ପୁରୀ :୧୦/୫ ଦେଶର ସୁରକ୍ଷା ଓ ଅଖଣ୍ଡତା ଭାରତର ପ୍ରତ୍ୟେକ ନାଗରିକ ମାନଙ୍କର ଦାୟିତ୍ୱ।ଦେଶ ସେବା ପାଇଁ କେବଳ ସେନା ନୁହେଁ ଆମେ ସମସ୍ତେ ପ୍ରତିବଦ୍ଧ ହେବାକୁ ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆହ୍ଵାନ ଦେଇଛନ୍ତି।ଏନସିସି ଓଡିଶା ଷଷ୍ଠ ବାଟାଲିୟନ ର ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନ ରେ ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅପରେସନ ସିନ୍ଦୂରର ଏକ ବର୍ଷ ପୂର୍ତ୍ତି ପାଳନ କରା ଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଅପରେସନ ସିନ୍ଦୁର ଆମ ଜାତୀୟ ଏକତା, ଶୌର୍ଯ୍ୟ, ବୀରତ୍ବ ଓ ଶକ୍ତି ର ପ୍ରତୀକ।ଏହା ଆମ ଯବାନ ମାନଙ୍କ ତ୍ୟାଗ ଓ ସାହସକୁ ପ୍ରତିପାଦିତ କରିବା ସହ ସମଗ୍ର ବିଶ୍ବ କୁ ଚକିତ କରି ପାରିଥିଲା ବୋଲି କହିବା ସହ ଦେଶର ସୁରକ୍ଷା ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲେ।ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ,ପୂର୍ବତନ ଏନସିସି ଅଫିସର୍ ସୁବ୍ରତ କୁମାର ମହାନ୍ତି, ସିଟିଓ ପ୍ରେମରାଜ ଗହୀର, ବିଶ୍ୱଜିତ୍ ପାଢ଼ୀ ପ୍ରମୁଖ ଯୋଗ ଦେଇ ଅପରେସନ ସିନ୍ଦୂର ଓ ତାହାର ସଂକକ୍ପ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସହୀଦ ମାନଙ୍କ ସ୍ମୃତି ରେ ନୀରବ ପ୍ରାର୍ଥନା କରାଯିବା ସହ ମହାବିଦ୍ୟାଳୟ ପରିସରରେ ଥିବା ସହୀଦ ମନୋଜ ବେହେରା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ଅପରେସନ ସିନ୍ଦୂର ଭିଡିଓ ପ୍ରଦର୍ଶନ ସହ କ୍ୟାଡେଟ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply