ପୁରୀ ୧୫/୫ ପୁରୀ ଶରଧାବାଲି ଠାରେ ବାବା ଆଖଣ୍ଡଳମଣି ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଅପରାହ୍ନ ରେ ଚତୁର୍ଥ ବାର୍ଷିକ ଅନ୍ନଛତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାକୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ଅନ୍ନଦାନ ଏକ ମହତ ଦାନ।ଜନଗହଳି ପୂର୍ଣ୍ଣ ସ୍ଥାନ,ବିଶେଷ କରି ବସଷ୍ଟାଣ୍ଡ ରେଳ ଷ୍ଟେସନ ମାନଙ୍କ ରେ ଅନ୍ନଦାନ ଦ୍ବାରା ଗରିବ, ଅସହାୟ ଓ ଦୁସ୍ଥ ଲୋକ ମାନେ ଉପକୃତ ହୁଅନ୍ତି ବୋଲି ସେ କହିଥିଲେ।ଅଟୋ ମାଲିକ ଙ୍କ ଏହି ପ୍ରଚେଷ୍ଟା କୁ ସମସ୍ତ ଅତିଥି ମାନେ ପ୍ରଶଂସା କରିଥିଲେ।ସଂଘର ସଭାପତି ପ୍ରମୋଦ କୁମାର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା, ସମାଜସେବୀ ରିଙ୍କି ବାରିକ ପ୍ରମୁଖ ଯୋଗ ଦେଇଥିଲେ।ସମ୍ପାଦକ ଦାଶରଥି ସାହୁ,ଉପ ସଭାପତି ବିନୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ କୁମାର ପାତ୍ର, ସହ ସମ୍ପାଦକ ମହେନ୍ଦ୍ର କୁମାର ବେହେରା, ସଦସ୍ୟ ମହେନ୍ଦ୍ର ଭୂୟାଁ, ଅପୂର୍ବ ବାରିକ, ରତିକାନ୍ତ ସୁବୁଦ୍ଧି, ଗଦାଧର ବେହେରା, ହେମନ୍ତ ମହାନ୍ତି, ପ୍ରଭାକର ମିଶ୍ର, ଗଣେଶ ବାଗୁଲି,ବସନ୍ତ କୁମାର ପ୍ରଧାନ, ହରିହର ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଅନ୍ନଛତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅଟୋ ଚାଳକ ସଂଘ ପକ୍ଷରୁ ଅନ୍ନଛତ୍ର ବଣ୍ଟନ।











