Home / ମୁଖ୍ୟ ଖବର / ଏନ୍ ଟି ପିସି ରେ ପାଳନ ହେଲା ଉତ୍କଳ ଦିବସ ସମାରୋହ

ଏନ୍ ଟି ପିସି ରେ ପାଳନ ହେଲା ଉତ୍କଳ ଦିବସ ସମାରୋହ

ntpc

କଣିହାଁ :ତା ୧.୪.୨୪-ସିଂହାରୀ ଆଲୋକ ଖୁଣ୍ଟିଆ-ଏନ୍ ଟି ପିସି  କଣିହାଁ ପରିସରରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି  ଉତ୍କଳ ଦିବସ ସମାରୋହ ୨୦୨୪ । ଏହି ଅବସରରେ  ଏନ. ଟି. ପି. ସି. କଣିହାଁ ର ସି.ଜି.ଏମ ଅଶୋକ କୁମାର ସେହେଗଲ ଏବଂ ତନଭି ସଙ୍ଗମ ମହିଳା କ୍ଳବର ସଭାପତି ଶ୍ରୀମତୀ ରେଣୁ ଶେହେଗଲ ଙ୍କ ସହିତ ବରିଷ୍ଠ ଅଧିକାରୀ ମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ ଓଡ଼ିଶାର ବରପୁତ୍ର ମାନଙ୍କ ଫୋଟୋ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ମାଲ୍ୟାର୍ପଣ କରି ସମାରୋହ କୁ ଉଦଘାଟନ କରିଥିଲେ l ପରେ ପରେ ସମବେତ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା।
ସଭାରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ସେହେଗଲ ଅଣ ଓଡିଆ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷା ରେ ଅଭିଭାଷଣ ପ୍ରଦାନ କରି ସଭିଙ୍କ ମନ ଜିଣିଥିଲେ। ତନଭି ସଙ୍ଗମ ମହିଳା କ୍ଳବର ସଦସ୍ୟା ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଓଡ଼ିଆ ଘରର ପିଠା ପ୍ରତିଯୋଗିତାରେ ବିଜୟୀ ହେଇଥିବା ସଦସ୍ୟା ମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ସମାରୋହର ମୂଖ୍ୟ ଆକର୍ଷଣ ଥିଲା ଓଡ଼ିଶାର କଳା ସଂସ୍କୃତିର ଝଲକ।

ପୁରୀର ସିଂହାରୀ ଏଣ୍ଟରଟେନମେଣ୍ଟ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପରିବେଷଣ କରଯାଇଥିଲା ଓଡ଼ିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ବାରମାସୀ ନୃତ୍ୟ , ସମ୍ବଲପୁରୀ ନୃତ୍ୟ। ଅଭିନୟନା ଡାନସ୍ ଏକାଡେମୀ ପକ୍ଷରୁ ଗୁରୁ ରୋଜାଲିନ ସୁନ୍ଦରାୟ ଏବଂ ସାଥୀ କଳାକାରଙ୍କ ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟ ଏବଂ ବାରମାସୀ ନୃତ୍ୟ କୁ ଦର୍ଶକ ଭୂୟସୀ ପ୍ରଶଂସା କରିଥିଲେ। ଏହି ସମାରୋହକୁ ତନଭି ସଙ୍ଗମ ମହିଳା କ୍ଳବର ସଦସ୍ୟା ଏବଂ ଅଧିକାରୀ ରଶ୍ମୀରଂଜନ ବେହେରା ପରିଚାଳନା କରିଥିବା ବେଳେ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply