Home / ମୁଖ୍ୟ ଖବର / ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଉଦ୍ଭବିତ ବିବାଦ

ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଉଦ୍ଭବିତ ବିବାଦ

ପୁରୀ: ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଉଦ୍ଭବିତ ବିବାଦର ସକାରାତ୍ମକ ସମାଧାନ ହୋଇଛି। ଆସନ୍ତା ମେ ୨୩ ତାରିଖରେ ଫିରୋଜପୁରରେ ଏକ ରଥଯାତ୍ରା ଆୟୋଜନ ହେବାକୁ ଥିବା ସୂଚନା ପାଇବା ପରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଫିରୋଜପୁର ଜିଲ୍ଲା ପ୍ରଶାସନଙ୍କୁ ଏହାକୁ ନିର୍ଦ୍ଧାରିତ ତିଥି ବ୍ୟତୀତ ଆୟୋଜନ ନ କରିବା ପାଇଁ ଅନୁରୋଧ କରାଯାଇଥିଲା।

ଏନେଇ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଫିରୋଜପୁର ଜିଲ୍ଲାପାଳ ଶ୍ରୀମତୀ ଦୀପଶିଖା ଶର୍ମାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ତ୍ୱରିତ ହସ୍ତକ୍ଷେପ ଓ ସହଯୋଗରେ ବିଷୟଟିର ସମାଧାନ ସମ୍ଭବ ହୋଇପାରିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବନ୍ଧିତ ସଂଗଠନ ସହ ଆଲୋଚନା କରାଯାଇଥିବାବେଳେ, ସଂଗଠନ ପକ୍ଷରୁ ଶ୍ରୀମନ୍ଦିର, ପୁରୀର ନିର୍ଦ୍ଧାରିତ ତିଥି ଅନୁଯାୟୀ ଚଳିତ ବର୍ଷ ଜୁଲାଇ ୧୬ ତାରିଖରେ ରଥଯାତ୍ରା ପାଳନ କରିବାକୁ ସମ୍ମତି ପ୍ରକାଶ କରାଯାଇଛି। ଏହା ସମ୍ବନ୍ଧୀୟ ଏକ ଲିଖିତ ପତ୍ର ମଧ୍ୟ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି।

ଏହି ପଦକ୍ଷେପ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିରୋଜପୁର ଜିଲ୍ଲାପାଳଙ୍କୁ ଆନ୍ତରିକ କୃତଜ୍ଞତା ଜଣାଯାଇଛି। “ଜୟ ଜଗନ୍ନାଥ” ଉଚ୍ଚାରଣ ସହ ମୁଖ୍ୟ ପ୍ରଶାସକ ଏହି ସୂଚନା ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply