Home / ମୁଖ୍ୟ ଖବର / ପଞ୍ଜୀକରଣ ଓ ସଚେତନତା ଶିବିର ଅନୁଷ୍ଠିତ

ପଞ୍ଜୀକରଣ ଓ ସଚେତନତା ଶିବିର ଅନୁଷ୍ଠିତ

whatsapp image 2025 10 06 at 21.14.45 bf161045

ପୁରୀ : ୬/୧୦/୨୦୨୫ – ଆଜି (୦୬.୧୦.୨୦୨୫), ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ୱାରା ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଏକ ପଞ୍ଜୀକରଣ ଓ ସଚେତନତା ଶିବିର ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍‌ର ସୁନାମୁହିଁ ଗ୍ରାମରେ ଆୟୋଜିତ ହୋଇଥିଲା।

whatsapp image 2025 10 06 at 21.14.46 1e2efd5b

ଏହି କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ ପୁରୀ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ଆଶିଷ କୁମାର ମାଝୀ ଓ ଶ୍ରୀ ଆଶୁତୋଷ ସାହୁ, ଏବଂ ପରିଚାଳନାରେ ସାହାଯ୍ୟ କରିଥିଲେ- ଦେବବ୍ରତ ପଲାଇ । ଉକ୍ତ ଶିବିରରେ ପ୍ରାୟ ୮୫ ଜଣ ଲୋକ କଳାକାରଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ଏବଂ ବୋର୍ଡ ଅଧୀନରେ ଉପଲବ୍ଧ ବିଭିନ୍ନ ସୁବିଧା ଓ କଳ୍ୟାଣ ଯୋଜନାସମୂହ ବିଷୟରେ ସଚେତନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply