ପୁରୀ: ୨୫/୫/୨୦୨୬ – ଡ଼ିଜେଲ ଓ ପେଟ୍ରୋଲ ଏବଂ ଗ୍ୟାସ୍ ର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କଲେଜ ଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସହିତ ରାଜରାସ୍ତା ଅବରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ ବିଦ୍ୟାଧର ସ୍ଵାଇଁ, ବ୍ରହ୍ମଗିରି ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଜୟନ୍ତ କୁମାର ମାହାନ୍ତି, ପୁରୀ ଜିଲ୍ଲା ମହିଳା ନେତ୍ରୀ ମାନସି ହରିଚନ୍ଦନ, ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ କୁମାର ଦଳାଇ, ଚାପମାଣିକ ପଞ୍ଚାୟତ ସରପଞ୍ଚ ଅମୁଲ୍ୟ କୁମାର ଜେନା, ବ୍ରହ୍ମଣିଆ ପଞ୍ଚାୟତ ସରପଞ୍ଚ ନିରଞ୍ଜନ ସେଠୀ, ଘଟକୁଦୀ ପଞ୍ଚାୟତ ସମିତି ସଭ୍ୟ ରାକେଶ ଭଟ୍ଟ, ବ୍ରହ୍ମଗିରି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନନ୍ଦ ବିଶ୍ୱାଳ, କୁସୁବେଣ୍ଟି ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ ଏବଂ ବହୁ ଛାତ୍ର ଓ ଯୁବ ନେତା ପ୍ରମୁଖ ଉପସ୍ଥିତ ଥିଲେ।
ସାଧାରଣ ଜନତାଙ୍କୁ ଧୋକା
No Comments
May 25, 2026 2:24 pm

Previous Article
Next Article

ରଥଯାତ୍ରା ସମୟରେ ୮ ଟି ଅସ୍ଥାୟୀ ହସପିଟାଲ କାର୍ଯ୍ୟକ୍ଷମ ହେବ।
ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ଦହି ପାଣି ବଣ୍ଟନ

Related Posts
ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ ।
September 11, 2026
ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଯୁବ ସରପଞ୍ଚ ସ୍ବର୍ଗତ ମନୋଜ ନାୟକଙ୍କ ...
September 11, 2026





