ସତ୍ୟବାଦୀ, ୨୮/୦୫ : ମୂଳ ଅଳସା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଦୁଃଖିଶ୍ୟାମ୍ ମଲ୍ଲିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଏକାଦଶାହ ତିଥିରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୂଳ ଅଳସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।
ସ୍ୱର୍ଗତ ମଲ୍ଲିକ ଜୀବନକାଳରେ ବୃକ୍ଷରୋପଣକୁ ଭଲପାଉଥିବାରୁ ପ୍ରଥମେ ତିନୋଟି ବଉଳ ଗଛ ରୋପଣ କରାଯାଇଥିଲା। ପରେ ଉପସ୍ଥିତ ସମସ୍ତେ “ଦୁଃଖିଶ୍ୟାମ୍ ମଲ୍ଲିକ ଅମର ରହେ” ସ୍ଲୋଗାନ ଦେଇ ତାଙ୍କୁ ସ୍ମରଣ କରିଥିଲେ।

ପୁରୀ ବ୍ଲଡ୍ ବ୍ୟାଙ୍କର ସହଯୋଗ ଓ ଡାକ୍ତର ଦୀପକ ସାହୁଙ୍କ ନେତୃତ୍ୱରେ ଆସିଥିବା କର୍ମକର୍ତ୍ତାମାନଙ୍କ ସହଯୋଗରେ “ଅନନ୍ତ ମହାବୀର ଯୁବକ ସଂଘ, ମୂଳ ଅଳସା” ଏବଂ “ଭାରତ ବିକାଶ ପରିଷଦ, ସତ୍ୟବାଦୀ” ଙ୍କ ମିଳିତ ଆନୁକୂଳ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମକୁ ସତ୍ୟବାଦୀ ସେବା ଟ୍ରଷ୍ଟର ସମ୍ପାଦକ ତଥା ଆଇନଜୀବୀ ସୁଶାନ୍ତ କୁମାର ରଥ ଓ ସମାଜସେବୀ ଅମିୟ କୁମାର ସ୍ୱାଇଁ ମୁଖ୍ୟ ସଂଯୋଜକ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ସ୍ୱର୍ଗତ ଦୁଃଖିଶ୍ୟାମ୍ ମଲ୍ଲିକଙ୍କ ସୁପୁତ୍ର ଜୟ ଭାରତ ଓ ଜୟ କିଶାନଙ୍କ ସହ ଅନନ୍ତ ମହାବୀର ଯୁବକ ସଂଘର ସଭାପତି ତନ୍ମୟ କୁମାର ସ୍ୱାଇଁ, ସମ୍ପାଦକ ଶ୍ରୀକୃଷ୍ଣ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ବେହେରା, ଶିକ୍ଷାବିତ ସତ୍ୟବାଦୀ ଦାସ, ବିଶ୍ୱଜିତ୍ ଶତପଥୀ, ନବଘନ ଶତପଥୀ, ବିଜୟ କୁମାର ପରିଡ଼ା, ଦେବରାଜ ନାୟକ, ଦିଗାମ୍ବର ରଥ, ବ୍ରହ୍ମାନନ୍ଦ ମହାରଣା, ବିଷ୍ଣୁ ମହାରଣା, ରିତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଆଜିର ଏହି ମହତ୍ ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରଦୀପ ଜେନା, ଦିଗାମ୍ବର ରଥ, ନବାଗତ ପ୍ରଧାନ, ସୂର୍ଯ୍ୟକାନ୍ତ ବରାଳ, ବିପିନ କୁମାର ପ୍ରଧାନ, ବୃନ୍ଦାବନ ପ୍ରଧାନ, ମଳୟ ରଞ୍ଜନ ପ୍ରଧାନ, ସୀତାକାନ୍ତ ବରାଳ, ବାଦଲ ମଲ୍ଲିକ, ବିଜୟ କୁମାର ବରାଳ, ଅନିଲ ବରାଳ, ରମେଶ ପ୍ରଧାନ, ତପନ କୁମାର ସାହୁ, ଅଭିଷେକ ସାହୁ, ପ୍ରଣତି ପ୍ରଧାନ, ନାମିତ ପ୍ରଧାନ, ଚନ୍ଦନ ବରାଳ, ସନ୍ତୋଷ ଜେନା, କାଳୁଚରଣ ବରାଳ, ବନିତା ଭୋଇ, ଅନିଲ କୁମାର ସାହୁ, ଆଶିଷ ପ୍ରଧାନ ଓ ବିକ୍ରମ କୁମାର ପ୍ରଧାନ ପ୍ରମୁଖ ରକ୍ତଦାନ କରିଥିଲେ।











