Home / ମୁଖ୍ୟ ଖବର / ଶ୍ରୀମନ୍ଦିରରେ ହରାଇଥିବା ୮୦ ଗ୍ରାମ ସୁନା ଚେନ୍ ଉଦ୍ଧାର, ମାଲିକାଙ୍କୁ ଫେରାଇଲା ପୁରୀ ପୋଲିସ

ଶ୍ରୀମନ୍ଦିରରେ ହରାଇଥିବା ୮୦ ଗ୍ରାମ ସୁନା ଚେନ୍ ଉଦ୍ଧାର, ମାଲିକାଙ୍କୁ ଫେରାଇଲା ପୁରୀ ପୋଲିସ

ପୁରୀ, ୨୯/୫/୨୦୨୬ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ହରାଇଥିବା ପ୍ରାୟ ୮୦ ଗ୍ରାମ ଓଜନର ଏକ ସୁନା ଚେନ୍‌କୁ ପୁରୀ ପୋଲିସ ସଫଳତାର ସହ ଉଦ୍ଧାର କରି ପ୍ରକୃତ ମାଲିକାଙ୍କୁ ହସ୍ତାନ୍ତର କରିଛି।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ରାଜ୍ୟର ହୋସକୋଟେ ଥାନା ଅନ୍ତର୍ଗତ କୁମ୍ବଳାହଲ୍ଲି ଗ୍ରାମର ବାସିନ୍ଦା ଶ୍ରୀମତୀ ଭାଗ୍ୟମା (୫୭), ସ୍ୱାମୀ ମୁନିୟାପ୍ପାଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ଦର୍ଶନ ସମୟରେ ମନ୍ଦିର ଭିତର ଜାଲି ଗେଟ ନିକଟରେ ତାଙ୍କର ପ୍ରାୟ ୮୦ ଗ୍ରାମ ଓଜନର ସୁନା ଚେନ୍‌ଟି ହରାଇଯାଇଥିଲା।

ଏନେଇ ସୂଚନା ମିଳିବା ପରେ ପୁରୀ ପୋଲିସର କର୍ତ୍ତବ୍ୟରତ ଟିମ୍‌ ତତ୍କ୍ଷଣାତ୍ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ କର୍ମଚାରୀଙ୍କ ତତ୍ପରତା, ସଚେତନତା ଓ କାର୍ଯ୍ୟକୁଶଳତା ଫଳରେ ଅଳ୍ପ ସମୟ ମଧ୍ୟରେ ସୁନା ଚେନ୍‌ଟି ଉଦ୍ଧାର ହୋଇଥିଲା।

ପରବର୍ତ୍ତୀ ସମୟରେ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରି ପୋଲିସ ଉକ୍ତ ସୁନା ଚେନ୍‌କୁ ପ୍ରକୃତ ମାଲିକା ଶ୍ରୀମତୀ ଭାଗ୍ୟମାଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିଥିଲେ।

ଏହି ଘଟଣା ପୁରୀ ପୋଲିସର ଦାୟିତ୍ୱବୋଧ ଓ ଭକ୍ତସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରିଛି। ଭକ୍ତମାନଙ୍କ ସୁରକ୍ଷା, ସହଯୋଗ ଓ ସେବା ପାଇଁ ପୁରୀ ପୋଲିସ ସଦା ତତ୍ପର ରହିଥିବା ସୂଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply