ପୁରୀ:୨/୬/୨୦୨୬- ସକାଳ ପ୍ରାୟ ୬:୧୦ ମିନିଟ୍ ସମୟରେ ERSS-112 ମାଧ୍ୟମରେ ସୂଚନା ମିଳିଥିଲା ଯେ ଦୋଳମଣ୍ଡପ ସାହିସ୍ଥିତ ସାଇ ସ୍ମୃତି ଲଜ୍ରେ ରହୁଥିବା ଜଣେ ପୁରୁଷ ଓ ଜଣେ ମହିଳା ବିଷ ସେବନ କରିଥିବା ସନ୍ଦେହ କରାଯାଉଛି।
ସୂଚନା ପାଇବା ମାତ୍ରେ ପୁରୀ IPCR ଟିମ୍ ତୁରନ୍ତ ଘଟଣାସ୍ଥଳକୁ ସକାଳ ୬:୧୫ ମିନିଟ୍ ସମୟରେ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପୋଲିସ କର୍ମଚାରୀମାନଙ୍କର ତ୍ୱରିତ ପଦକ୍ଷେପ ଫଳରେ ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ପୁରୀକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା।
ଉଦ୍ଧାର ପାଇଥିବା ବ୍ୟକ୍ତିମାନେ ହେଲେ ସପନ କୁମାର ସାହୁ (୪୦), ପିତା– ସୀତାରାମ ସାହୁ, ମାର୍କୋଣା, ବାଲେଶ୍ୱର ଏବଂ ରାଜେଶ୍ୱରୀ ବେହେରା (୨୩), ବାସୁଦେବପୁର, ଭଦ୍ରକ।
ବର୍ତ୍ତମାନ ଉଭୟ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି। ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ପ୍ରତି ପ୍ରତିବଦ୍ଧ। ଜରୁରୀ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଓ ସମୟୋପଯୋଗୀ ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ଜୀବନ ରକ୍ଷା କରିବା ହେଉଛି ପୁରୀ ପୋଲିସର ପ୍ରାଥମିକତା।











