ପୁରୀ: ୮/୬/୨୦୨୬- ନୀତିଗତ ଭାବରେ ଜାତୀୟ ରାଜପଥ ମାନ୍ୟତାପ୍ରାପ୍ତ ଅବିଭକ୍ତ ପୁରୀଜିଲ୍ଲାର ଜୀବନ ରେଖା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଵିତ୍ର ସହରକୁ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ସହିତ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କ ସ୍ଥାନୀୟ ଲୋକସଭା ସଦସ୍ୟ ଡ଼ ସମ୍ବିତ ପାତ୍ରଙ୍କ ଅବହେଳା ଓ ନିଷ୍ଠାର ଅଭାବ କାରଣରୁ ଫସର ଫାଟିଲା। ଯେତେବେଳେ ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି ନୂଆ ଜଗନ୍ନାଥ ସଡ଼କକୁ ବିଧିବଦ୍ଧ ଭାବରେ ଜାତୀୟ ରାଜପଥ କରିବା ପାଇଁ ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ସ୍ଵାକ୍ଷର ସଂଗ୍ରହ ଅଭିଯାନ କରୁଥିଲା ସେତେବେଳେ ସାଂସଦ ଶ୍ରୀ ପାତ୍ର ସେ ନିଜେ ଏହାର ଶ୍ରେୟ ନେବାକୁ ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କର ଏକ ପୁରୁଣା ଚିଠିକୁ ଗଣମାଧ୍ୟମରେ ପ୍ରକାଶ କରି ନୂଆ ଜଗନ୍ନାଥ ସଡ଼କ ଖୁବଶୀଘ୍ର ଜାତୀୟ ରାଜପଥ ହେବାକୁ ଯାଉଛି ବୋଲି ଏକ ବିଭ୍ରାନ୍ତିକର ପରିବେଶ ସୃଷ୍ଟି କଲେ। ଯଦି ସାଂସଦ ମହୋଦୟ ବାସ୍ତବ ସ୍ଥିତି ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅବହିତ କରି ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ କରିବା ପାଇଁ ଆନ୍ତରିକ ଉଦ୍ୟମ କରିଥାନ୍ତେ ତାହାଲେ ଉକ୍ତ ସଡ଼କ ପ୍ରକଳ୍ପଟି ବାଟବଣା ହୋଇନଥାନ୍ତା କି ବହୁ ପ୍ରତୀକ୍ଷିତ ନୂଆ ଜଗନ୍ନାଥ ସଡ଼କ ନହେବା କାରଣରୁ ଲୋକେ ନିରାଶ ହୋଇନଥାନ୍ତେ। ସାଂସଦ ମହୋଦୟ ଦୟାକରି ଏହାର ଉତ୍ତର ରଖିବେ କି?
ନୂଆ ଜଗନ୍ନାଥ ସଡ଼କ ଜାତୀୟ ରାଜପଥ ନୋହିଲା










